ସାହିତ୍ୟ ବିନା ସମ୍ବାଦ ପତ୍ର ପତ୍ରିଷ୍ଠା ଲାଭ କରିପାରିବ ନାହିଁ କି ସମ୍ବାଦପତ୍ର ବିନା ସାହିତ୍ୟର ପ୍ରଚାର ପ୍ରସାର ଅସମ୍ଭବ, କହିଲେ ଅତିଥି
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ନିୟମିତ ଭାବେ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ର ୧୪ଶ ଶାରଦୀୟ ବାର୍ଷିକ ସାଂସ୍କୃତିକ, କବିତା ପାଠ, ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଓ ସାହିତ୍ୟପରସ୍ପର ପରିପୂରକ। ସାହିତ୍ୟ ବିନା ସମ୍ବାଦ ପତ୍ର ପତ୍ରିଷ୍ଠା ଲାଭ କରିପାରିବ ନାହିଁ କି ସମ୍ବାଦପତ୍ର ବିନା ସାହିତ୍ୟର ପ୍ରଚାର ପ୍ରସାର ଅସମ୍ଭବ। ସତ୍ୟ ସମ୍ବାଦ ପରିବେଷଣରେ ଅନେକ ସଂକଟ ଅଛି ହେଲେ ମିଛ ସିଂହାସନରେ ବସାଇ କାହାକୁ ରାଜା କରାଯାଇପାରେନା। ପ୍ରତ୍ୟେକ ମଣିଷର ଜୀବନ ସମ୍ବାଦ ପତ୍ରର ଖୋଲାପୃଷ୍ଠା ପରି। ସେଥିରେ ଏପରି ସ୍ୱାକ୍ଷର ଛାଡ଼ି ଯିବା ଯାହାକୁ ପଢ଼ି ଉତ୍ତର ସାଧକମାନେ ଜୀବନକୁ ଜିଇଁବାର କଳା ଶିଖିବେ। କୋଳାହଳମୟ ଦୁନିଆରେ ଏବେ ଆଉ ମାନବିକତାର ମଧୁର ମୂର୍ଛନା ଶୁଭୁନାହିଁ। ଏହା ସମାଜ ପାଇଁ ଚିନ୍ତାର ବିଷୟ, ସାମ୍ବାଦିକତାର ପଥ ଅତୀବ ଦୁର୍ଗମ। ନିଜେ କଣ୍ଟା ଉପରେ ଚାଲି ଅନ୍ୟ ପାଇଁ ଫୁଲ ବିଛାଇଥାଏ। ମାଛଟିଏ ପରି ସ୍ରୋତର ପ୍ରତିକୂଳରେ ଯାଇ ସାମ୍ବାଦିକ ସଫଳତା ପାଇଥାଏ ବୋଲି ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ।
‘ସମୟର ଚକ୍ର’ ଆଜି ପ୍ରମାଣିତ କରିପାରିଛି ଯେ ଏକ ପତ୍ରିକା ମାଧ୍ୟମରେ ଅନୁଷ୍ଠାନ ସୃଷ୍ଟି ସାମାଜିକ କାର୍ଯ୍ୟ,ପ୍ରତିଭା ସମ୍ମାନ,ସଂସ୍କୃତି ତଥା ଆଂଚଳିକ ବିକାଶ କ୍ଷେତ୍ରରେ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ସାମିଲ ହୋଇ ବିକଶିତ ସମାଜ ଗଠନ ଦିଗରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଂପାଦକ ସର୍ବେଶ୍ୱର ଜେନାଙ୍କ ଆହ୍ୱାନ କ୍ରମେ ଅଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ପ୍ରଧାନଙ୍କ ସଂଯୋଜନାରେ ସମାଜସେବୀ କବି ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ବରେଣ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଯୁବନେତା ବିକ୍ରମ ପଣ୍ଡା, ପ୍ରକୃତିବନ୍ଧୁ ସୁମନ୍ତ କୁମାର ଜେନା, ଯୁବନେତା ବିକାଶ କୁମାର ପାଢୀ, ଓରିପୋଲର ନିର୍ଦ୍ଦେଶିକା ଆକାଂକ୍ଷା ବେହେରା, ଡାକ୍ତର ଅମିତାଭ ଗିରି, ଯୁବ ବୈଜ୍ଞାନିକ ସିଦ୍ଧାର୍ଥ ପତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
ଅତିଥି ପରିଚୟ ପ୍ରଦାନ ଏବଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ସର୍ବେଶ୍ୱର ଜେନା। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ‘ସମୟର ଚକ୍ର’ର ଶାରଦୀୟ ବାର୍ଷିକ ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ପ୍ରଥମ ଅଧିବେଶନରେ କବିତା ପାଠ, ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଗାଳ୍ପିକ ଶାନ୍ତନୁ ପଟ୍ଟନାୟକଙ୍କ ପରିଚାଳନାରେ ବରିଷ୍ଠ ସାହିତ୍ୟିକ କବି କାଳିକିଙ୍କର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବରେ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା, ଆଇ.ଟି.ଆର୍.ର ଅତିରିକ୍ତ ନିର୍ଦ୍ଦେଶକ ନୀଳାଦ୍ରି ରାୟ ଯୋଗ ଦେଇଥିବା ବେଳେ ବରେଣ୍ୟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସମାଜସେବୀ ପ୍ରତିମା ପଣ୍ଡା, ଆନ୍ତର୍ଜାତିକ ଚିତ୍ରଶିଳ୍ପୀ କେଶୁଦାସ, ଇଂ. ହୃଷିକେଶ ସାହୁ, କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ, କବି କଲ୍ୟାଣୀ ନନ୍ଦ, ସତ୍ୟନାରାୟଣ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ପଦ୍ମଲୋଚନ ଦତ୍ତ ପ୍ରମୁଖ। ବାଲେଶ୍ୱର ଏହି ପତ୍ରିକା ଆଗାମୀ ଦିନରେ ଅଧିକ ସମ୍ପ୍ରସାରିତ ହେଉ। ନିୟମିତ ଏକ ପତ୍ରିକା ପ୍ରକାଶ କରିବା ଆଜିର ଦିନରେ ସହଜ ମନେ ହେଉ ନଥିଲା ବେଳେ ସମୟର ଚକ୍ର ତାର ମାନକୁ ବଜାୟ ରଖିଛି ଏବଂ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆମ ଭାଷା ଓ ସାହିତ୍ୟ ସଂସ୍କୃତି ପ୍ରତି ଆମ ମାନଙ୍କର ଉତ୍ତର ଦାୟିତ୍ୱ ବଢ଼ିଯାଇଛି ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହି ଅବସରରେ ୨୫ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। ଉଦଯାପନୀ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାଚୀ କ୍ରିଏସନର ପରିଚାଳକ ମନୋଜ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୦ରୁ ଉର୍ଦ୍ଧ୍ୱ ପିଲା ନୃତ୍ୟ, ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ପରେ ପଶୁପ୍ରେମୀ ସୋମନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରେମୁଣା ବ୍ଳକ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ରାଉତ, ମୁଖ୍ୟ ବକ୍ତା ଶିକ୍ଷାବିତ୍ ଡକ୍ଟର ପଙ୍କୋଜ ଜେନା ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ,ବରେଣ୍ୟ ଅତିଥି କବି ପ୍ରଶାନ୍ତ ଦାସ, କବି ବ୍ରଜେନ୍ଦ୍ରନାଥ ଗିରି, ସମାଜସେବୀ ସନ୍ତୋଷ ସେଠୀ, ପ୍ରଜ୍ଞାପାରମିତା ମହାନ୍ତି, ସତେନ୍ଦ୍ର ଦାସ, କମଳାକାନ୍ତ ଦାସ, ରତିକାନ୍ତ ଦାସ ପ୍ରମୁଖ ଯୋଗଦାନ କରି କୁନି କୁନି ପିଲାମାନଙ୍କ ମନବଳ ଦୃଢ କରିବା ସହ ସେମାନଙ୍କୁ ପୁରସ୍କୃତ କରି ଉତ୍ସାହିତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁସଙ୍ଗମ ଜେନା, ସନ୍ତୋଷ ପଟ୍ଟନାୟକ,ପ୍ରିୟାଂଶୁ ବେହେରା,କବି ରମେଶ ବେହେରା,ସୁଶାନ୍ତ ବେହେରା,ଅଭୟ ସାହୁ,ମନୋଜ ମୁଖୀ,ନୃତ୍ୟଶିଳ୍ପୀ କୁମାରୀକା ଯୁବ କଣ୍ଠଶିଳ୍ପୀ ଦେବାଶିଷ ମହାନ୍ତି,ସଂଗୀତ ନିର୍ଦ୍ଦେଶକ ଅମରେଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । କୁନି କଣ୍ଠଶିଳ୍ପୀ ସୁହାନି ସାଈ ଜେନା, ସ୍ୱାଗତ ସଂଗୀତ ଓ ନନ୍ଦିକା ବିଶ୍ୱାଳ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କୁନି କଣ୍ଠଶିଳ୍ପୀ ଶୁଭ୍ରାଲିନ ନାୟକଙ୍କ ସଂଗୀତରେ ଦର୍ଶକ ଝୁମିଥିଲେ।