ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ କବି ଗଣେଶ ବାରିକ୍ ଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ର ଲୋକାର୍ପିତ ହୋଇଯାଇଛି। କବି ସୁଶାନ୍ତ ବାଗଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ତଥା ଅନୁବାଦକ ଭାଗିରଥି ମିଶ୍ର, ମୁଖ୍ୟ ବକ୍ତା ଭାବରେ କବି ଗାଳ୍ପିକ ଓ ସମୀକ୍ଷକ ହିମାଂଶୁ ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବରେ ମୂଳ ବହିର ଲେଖକ କବି ମନୋରଞ୍ଜନ ସାହୁ ଯୋଗଦାନ କରିଥିଲେ। ପ୍ରଥମେ ଇଂରାଜୀ ଭାଷାରେ ଅନୁବାଦ କରିଥିବା କବି ପିତାମ୍ବର ନାଏକ ହାଇଦ୍ରାବାଦରୁ ବହି ସମ୍ପର୍କରେ ନିଜର ଦେଇଥିବା ବାର୍ତ୍ତାକୁ ଗଣେଶ ବାରିକ୍ ପଢ଼ି ଶୁଣାଇଥିଲେ। ପରେ ଅନୁବାଦ ସାହିତ୍ୟ ଲେଖିବା କେତେ କାଠିକର ପାଠ ଏବଂ ଅନୁବାଦ ସାହିତ୍ୟର ସୌନ୍ଦର୍ଯ୍ୟ ଆଉ ଅନୁବାଦ ସାହିତ୍ୟର ଭୂମିକା ଏବଂ ଭାଷା ସହ ଭାଷାର ସମ୍ପର୍କ ପାଇଁ ଅନୁବାଦ କେତେ ଜରୁରୀ ସେଇ ବାବଦରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉନ୍ମୋଚନ ପୁସ୍ତକର ଅନୁବାଦ କବିତାମାନଙ୍କୁ କବି ରମାକାନ୍ତ ନାଏକ ଓ କବି ସୁଜିତ୍ କୁମାର ଶତପଥୀ ଆବୃତ୍ତି କରିଥିବା ବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଶେଷରେ ଗଣେଶ ବାରିକ୍ ଧନ୍ୟବାଦ ଦେଇଥିଲେ। ମଧ୍ୟାନ୍ନ ଭୋଜନ ପରେ ଏକ ବର୍ଣ୍ଣାଢ଼୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ପ୍ରହ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅନୁବାଦିକା ତଥା କବିୟତ୍ରୀ ସଂଘମିତ୍ରା ଦାଶ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଶିବ ପ୍ରସାଦ ସା ଯୋଗଦେଇଥିଲେ। ପ୍ରଥମେ କବି ମନୋରଞ୍ଜନ ସାହୁ ଉନ୍ମୋଚନ ପୁସ୍ତକର ଶୀର୍ଷକ କବିତା ପଡ଼ିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ରୁପଧର ଗମାଙ୍ଗ ହିନ୍ଦୀ ଅନୁବାଦ କବିତା ପଢ଼ିଥିଲେ। ଏଇ ସଭାରେ ଭୀମଭୋଇ, ଗଙ୍ଗାଧର ମେହେର ଙ୍କ ଠାରୁ ଆରମ୍ଭ କରି କବି ପାବ୍ଲୋ ନେରୁଦା ଯାଏଁ ସମସ୍ତଙ୍କର କବିତା ଆବୃତ୍ତି କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବିଭାର, ଦିଲ୍ଳିପ ପୁରୋହିତ, ରମାକାନ୍ତ ସାହୁ, ପ୍ରିୟତୋଷ ଦଳାଇ, ତପସ୍ୱିନୀ ପଶାୟତ, ବାସନ୍ତୀ ମଂଜୁରୀ ହନୁମାନ, ଦିଲ୍ଲୀପ ପଶାୟତ, ମଧୁସୂଦନ ଦାଶ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ପ୍ରମୁଖ କବିତା ଆବୃତ୍ତି କରିଥିଲେ। କବିତା ସବୁକୁ ସଂଯୋଜନା କରିଥିଲେ କବି ଚନ୍ଦନ ନାଗ ଓ କବି ନିର୍ମାଲ୍ୟ ସ୍ବାଇଁ। କାର୍ଯ୍ୟକ୍ରମକୁ ଆଶୁତୋଷ ମିଶ୍ର, ଗଣେଶରାମ ମିଶ୍ର,କର୍ଣ୍ଣ ବାରିକ୍, ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.