ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲାରେ ଅବସ୍ଥିତ ହୀରାକୁଦ ବନ୍ଧ ମଣ୍ଡଳ, ମଡେଲ୍ ଷ୍ଟଡି ରିସର୍ଚ୍ ବିଭାଗ, ହୀରାକୁଦ ହାଇଡ୍ରୋ ଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ସଭା ଏନ୍ ଏଫ୍ ଆଇ ଟି ଇଉ ସମ୍ବନ୍ଧିତ ହୀରାକୁଦ ଡ୍ୟାମ୍ ମଜଦୁର ସଂଘ ନେତୃତ୍ଵରେ କୁନୁ ଛତ୍ରିଆଙ୍କ ଅଧ୍ଯକ୍ଷତାରେ ବୁର୍ଲା ଜଗନ୍ନାଥ ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏନ୍ ଏଫ ଆଇ ଟି ଇଉ ରାଜ୍ୟ ସଭାପତି ଏବଂ ଡ୍ୟାମ୍ ମଜଦୁର ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ ପାଢୀ ଉପସ୍ଥିତ ରହି ଶ୍ରମିକ ମାନେ ନିଜର ହକ୍ ପାଇଁ ଏକତ୍ରିତ ହୋଇ ଲଢେଇ କରିବା ଆବଶ୍ୟକ ବୋଲି କହିଥିଲେ l ଶ୍ରମିକଙ୍କୁ ଧାରାବାହିକ ଦରମା ଦେବା, ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବା, ସମାନ କାମକୁ ସମାନ ଦରମା ଦେବା, ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା, ଠିକା ଶ୍ରମିକଙ୍କୁ ନିୟମିତ କରିବା ସହିତ ଶ୍ରମିକଙ୍କ ମୌଳିକ ସମସ୍ୟାର ସମାଧାନ ଦାବୀରେ ବୁର୍ଲାରେ ଅବସ୍ଥିତ ହୀରାକୁଦ ନଦୀବନ୍ଧ ପ୍ରୋଜେକ୍ଟ ଏବଂ ମଡେଲ୍ ଷ୍ଟଡି ରିସର୍ଚ୍ ର କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏହି ସଭାରେ ସ୍ଥିରୀକୃତ ହୋଇଛି l ରବି ଗୁରୁ, ମଦନ ପଣ୍ଡା, ପ୍ରଭୁ ଶତପଥି, ମନୋଜ ପଞ୍ଚଭାୟା, ଭାଗିରଥୀ ଲୁହା, ଗୁରୁ ବନଛୋର, ସନ୍ତୋଷ ତାଣ୍ଡି, ଧୃବ ଚରଣ ମେହେର, ଟିକେଶ୍ବର ଗଡନାୟକ, ଦିନବନ୍ଧୁ ସେଠ, ସୁରେନ୍ଦ୍ର ଲେଙ୍କା, ଗୁଣ ଭୋଇଙ୍କ ସମେତ ବହୁ ସଂଖ୍ଯାରେ କର୍ମଚାରୀ ଉପସ୍ଥିତ ଥିଲେ l





