ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉନ୍ନୟନ ପରିଷଦ ଅଧକ୍ଷ ତଥା ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇ ମନ୍ଦିର ର ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆବଶ୍ୟକତା ଥିବା ସମସ୍ତ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l ପୀଠ ନିକଟ ଦେଇ ଯାଇଥିବା ଋଷୁକୂଲ୍ୟା ତଟ ବର୍ତ୍ତୀ ଅଞ୍ଚଳର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷକରି ଆଲୋଚନା ହେବା ସହ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବା ନେଇ ସ୍ଥିର ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ର ପୁର ଏଡିଏମ (ରେଭେନ୍ୟୁ) ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ ଡ଼ଃ ସୁଭାଶିଷ ବରାଳ, ଉନ୍ନୟନ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସମସ୍ତ ବିଭାଗୀୟ ଅଧିକାରୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗୀତା ସେଠୀ ଓ ପି ଦେବାଶିଷ ମଜପାତ୍ର, ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା, ପୋଲିସ ଏସଡ଼ିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ କୂଳମଣି ସେଠୀଙ୍କ ସମେତ ସମସ୍ତ ବିଭାଗୀୟ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |





