ହିମାଞ୍ଚଳ ରାଉତଙ୍କ କବିତା : ଚାଲ ଫେରିଯିବା ଗାଁକୁ

ଚାଲ ଫେରିଯିବା ଗାଁକୁ

Omkar Vasthu
Omkar Vasthu

ବଦଳି ଗଲାଣି ଆମ ଗାଆଁ କେତେ

Pearl dental clinic
Near Ashish Medical Store, Bhawanipatna

ଦେଖି ଏ ସହର ଗୁଡିକୁ।

Udyog Nursery
Udyogi Nursery

 

ସଂଜରେ ବୁଳିବୁ ନଇକୁଳେ ଯାଇ

ସକାଳେ ଚଢିବୁ ପାହାଡ

ପୁନେଇ ରାତିର ଗାଁଦାଣ୍ଡ ଗପ

ସଂପର୍କକୁ କରେ ନିବିଡ

ଗାଁ ବିଲ, ମାଟି ପାଣି ପବନ

କେତେ ଫୁର୍ତ୍ତି ଦିଏ ମନକୁ

ଚାଲ ଫେରିଯିବାଗାଁକୁ।।

 

କେରା କେରା ଧାନ ଆମ ବିଲରେ

ତୋଟାରେ ଫଳୁଛି ଫଲ

କିଆରିରେ ମିଳେ ସବୁଜ ପରିବା

ନଈରେ ମିଳେ ଶେଉଲ।

ଗାଁ ଦେଉଳରେ ଦୁଃଖ ମନାସିଣ

ଗୁହାରି କରିବା ମାଆକୁ

ଚାଲ ଫେରିଯିବା ଗାଁକୁ।।

 

ସଳଖି ଗଲାଣି ଆମ ଗାଁ ବାଟ

ଜଳୁଛି ବିଜୁଳି ବତି

ହେଲାଣି ଦୋକାନ ନହିଁ ହଇରାଣ

ପ୍ରଦୂଷଣ ନାହିଁ ଅତି ।

ବେଶି ସହଯୋଗୀ ନାହିଁ ପ୍ରତିଯୋଗି

ଦୁଃଖ ଦିଅନ୍ତି ନି କାହାକୁ

ଚାଲ ଫେରିଯିବାଗାଁକୁ।।

 

ଶୋରିଷ ଫୁଟିଳେ ବାସନା ଚହଟେ

ଆମଗାଁ ଚାରିଆଡ଼େ

ବୋମା ଫୁଟିବାର ଶବଦ ସୁଭେନି

ସହରି ମଣିଷ ଭିଡେ।

ଅଗଣାରେ ଥିଲେ ଆପଣାର ଳୋକ

କେହି ଚିନ୍ନତିନି କାହାକୁ।

ଚାଲ ଫେରିଯିବାଗାଁକୁ।।

 

ସୁସ୍ଥ ଓ ସୁନ୍ଦର ପଲ୍ଲୀ ପ୍ରକୃତି

ଅପରାଧ ନାହିଁ ଏତେ

ରାଜଧାନୀ ଛାଡି ଚାଲିଯିବା ପଲ୍ଲୀ

ଗାଁରେ ରହିବା ସତେ ।

ମୋ ଜନମ ମାଟି ସରଗଠୁ ବଡ

କେହି ସରି ନୁହେ ତାହାକୁ।

ଚାଲ ଫେରିଯିବାଗାଁକୁ ।।

 

ସହକାରୀ ଶିକ୍ଷକ ଉଚ୍ଚ ବିଦ୍ୟାଳୟ କୁମଯୋର

ଗ୍ରାମ- ଘଣ୍ଟିଗୁଡ଼ା, ପୋ ଉଛୁଲା

ଥା-ଜୟପାଟଣା ,କଳାହାଣ୍ଡି

ମୋ: ୯୭୭୭୦୧୦୪୦୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.