ମୁଣ୍ଡାଗାଁ ଉ.ପ୍ରା. ବିଦ୍ୟାଳୟରେ ଶିଶୁଦିବସ

ଲାଞ୍ଜିଗଡ଼,୧୫/୧୧: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଣ୍ଡାଗାଁ ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର ତଥା ବିଦ୍ୟାଳୟର ସଭାପତି ସତ୍ୟବାନ୍ ପୁଝାରୀ ଉପସ୍ଥିତ ଥିଲେ। ପ୍ରଥମେ ଉପସ୍ଥିତ ଅତିଥିମାନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୂଷଣ ହରିଜନ ସ୍ୱାଗତ ଭାଷଣ ଦେଇଥିଲେ। ଏହାପରେ ଚାଚା ନେହରୁଙ୍କୁ ଧୂପ ଦୀପ ପ୍ରଦାନ କରି ପୂଜା କରାଯାଇଥିଲା। ଅତିଥିମାନେ ଶିଶୁଦିବସ ଉପରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଜାତୀୟ ଶିକ୍ଷା ଦିବସ ଓ ଶିଶୁ ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୂଷଣ ହରିଜନ ମହାପୁରୁଷଙ୍କ ଜୀବନୀରୁ ନିଜକୁ ଅନୁପ୍ରାଣିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.