ଚାଷୀଙ୍କ ଚାଷ ବୁଲି ଦେଖିଲେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ଓ ଅତିରିକ୍ତ କୃଷି ଅଧିକାରୀ

ଲାଞ୍ଜିଗଡ଼,୧୬/୧୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ଚଳିତ ଆର୍ଥିକ ବର୍ଷ କୁଟିଆ କନ୍ଧ ଉନୟନ ସଂସ୍ଥା ଦ୍ବାରା ଜନ ସାହାଯ୍ୟ ଜରିଆରେ କରାଯାଇ ଥିବା ବିଭିନ୍ନ ଚାଷକୁ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଲାଞ୍ଜିଗଡ଼ ବ୍ଳକର ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁ ମେହେର, ଲାଞ୍ଜିଗଡ଼ ବ୍ଲକ ସ୍ଥାୟି କମିଟି ଏଗ୍ରିକେଲଚର ସଭାପତି ଜଗଦୀଶ ବେନିଆଁ, କେକେଡ଼ିଏ ପ୍ରୋଜେଟ ମ୍ୟାନେଜର ଲମ୍ବୋଦର ପ୍ରଧାନ, ପୂର୍ବତନ କୃଷି କର୍ମଚାରୀ ରଘୁବୀର ନାଗ, ଲାଞ୍ଜିଗଡ଼ ସମିତି ସଭ୍ୟ ପ୍ରଦୀପ ମାଝୀ ପ୍ରମୁଖ ବୁଲି ଦେଖିଥିଲେ।

ଖରିଫ ଋତୁରେ “ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କାର୍ଯ୍ୟକ୍ରମ” ମାଧ୍ୟମରେ ଲାଞ୍ଜିଗଡ଼ ବ୍ଲକ୍ ର ଛତ୍ରପୁର, ଲାଞ୍ଜିଗଡ଼, ବସନ୍ତ ପଡା, ବାତେଲିମା ଓ ଜଗନ୍ନାଥ ପୁର ୫ ଗୋଟି ପଞ୍ଚାୟତ ର ୩୯ ଗୋଟି ଗ୍ରାମ ରେ ଭି.ତି.ସି. ଦ୍ଵାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଅଛି । ଚଳିତ ବର୍ଷ ଟାଙ୍ଗନ କଣା, କେନ୍ଦୁ ଗୁଡା, ବେଲମ୍ବା ଠାରେ ୧୭ ହେକ୍ଟର ଜମିରେ କଳା ଧାନ ଚାଷ ହୋଇଅଛି । ଯାହାକି ଜିଲ୍ଲାରେ ପ୍ରଥମ କରି ଚାଷ ହେଉଅଛି । ଟାଙ୍ଗନ କଣା, ଟୁରି ଗୁଡ଼ା, ମସ୍କା ପଦର, ଗ୍ରାମରେ ୧୦୦ ଏକର ଜମି ରେ ଲେମନଗ୍ରାସ୍ ପ୍ଲାଣ୍ଟେସନ୍ ହୋଇଅଛି ।

ଏହା ମଧ୍ୟ ଜିଲ୍ଲା ରେ ପ୍ରଥମ ଥର ଚାଷ ହେଉଅଛି ଜଣାଇଥିଲେ। ତା ସହିତ କଦଳୀ ଚାଷ ୫ ହେକ୍ଟର, ମାଣ୍ଡିଆ ଚାଷ ୧୫ ହେକ୍ଟର , ଅଦା ଚାଷ ୮ ହେକ୍ଟର, ହରଡ ଚାଷ ୭୫ ହେକ୍ଟର, ମକା ଚାଷ ୪୦ ହେକ୍ଟର, ବିରି ଚାଷ ୨ ହେକ୍ଟର, ବିନସ୍ ଚାଷ ୪ ହେକ୍ଟର, ଷୋରିଷ ଚାଷ ୧୫ ହେକ୍ଟର, କରାଯାଇ ଅଛି ଏବଂ ୨୦୧୦ ଜଣ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଅଛି । ସମସ୍ତ ଚାଷୀଙ୍କୁ ଉନ୍ନତ ଚାଷ ନିମନ୍ତେ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ଓ ନୈକ୍ଷୟକ ସହାୟତା ଯୋଗାଇ ଦିଆଯାଉଛି । କୃଷି ସହିତ ପ୍ରାଣି ପାଳନ, ଯଥା ଛେଳି ପାଳନ, କୁକୁଡ଼ା ପାଳନ, ନିମନ୍ତେ ସ୍ୱୟଂ ସହାୟିକ ଦଳକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.