ଫୁଲ ତୋଳିବା ହେଲା କାଳ, ପାଣିରେ ବୁଡି ଗଲା ଗୋଟେ ଅମୂଲ୍ୟ ଜୀବନ

ବଲାଙ୍ଗିର,୧୭/୧୧ : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ିସିଂନ୍ଧେଲ ଗ୍ରାମର ଗଦନ ମହାକୁର (୬୦) ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ଗଦନ ଜୁନାହାପଦର ଗାଁର ପୋଖରୀକୁ ଶନିବାର ଅପରାହ୍ନ ୪ରିଟା ସମୟରେ ପଦ୍ମ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ପରେ ଗ୍ରାମ ବାସୀ ମାନେ ତାଙ୍କୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ପୋଲିସକୁ ଏବିଷୟରେ ଜଣାଇବାପରେ ପୁଇଁତଳା ଥାନା ଓ ଅଗ୍ନିଶମ ବିଭଗ ଶବ ଉଦ୍ଧାର କରିଥିଲେ । ସେପଟେ ପୁଇଁତଲା ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଦେଇଛି ।

Omkar Vasthu
Omkar Vasthu
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.