ଲାଞ୍ଜିଗଡ଼ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତ କର୍ମଚାରୀଙ୍କ ଚଞ୍ଚକତା ଅଭିଯୋଗ !

ଜଣଙ୍କ ନାରେ ଆସିଥିବା ଘର ଦିଆ ଯାଇଛି ଅନ୍ୟ ଜଣଙ୍କୁ

ଲାଞ୍ଜିଗଡ଼,୧୭/୧୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଆସିଥିବା ଦୁଇଟି ଘର ଅନ୍ୟ ଗ୍ରାମର ଦୁଇ ଜଣଙ୍କୁ ଦିଆଯାଇ ଥିବା ଯୋଗୁଁ ଜନ ଅସନ୍ତୋଷ ତିବ୍ର ରୂପ ଧାରଣ କରିଛି। ପ୍ରାପ୍ତ ସୂଚନା ଆଧାରରେ ଲାଞ୍ଜିଗଡ଼ ବ୍ଳକ ବେନଗାଁ ପଞ୍ଚାୟତର ତାଲାଙ୍ଗସୁର ଗାଁର ଧାନମାଲି ମାଝୀ ଓ ଡମ୍ବରୁ ମାଝୀଙ୍କ ନାମରେ ୨୦୧୯-୨୦ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ଆସିଥିଲା। ହେଲେ ପଞ୍ଚାୟତ କର୍ମଚାରୀ ବେନଗାଁ ପିଓ ମନୋଜ ଶବର ଓ ଜିଓ ଟେକର ଦେବ ଦୋରାଙ୍କ ଚଞ୍ଚକତା ଯୋଗୁଁ ଉକ୍ତ ଦୁଇଟି ଘରକୁ ବେନଗାଁ ପଞ୍ଚାୟତର ପାଜିବାହିଲି ଗ୍ରାମର ଧାନମଲିି ମାଝୀ ଓ ଡମ୍ବରୁ ମାଝୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ନାମ ସମାନ ଥିଲେ ମଧ୍ୟ ଗ୍ରାମ ଓ ବାପାଙ୍କ ନାମ ଅଲଗା ଥିବାବେଳେ ଜାଣିଶୁଣି ପଞ୍ଚାୟତ କର୍ମଚାରୀ ମାନେ ଏପରି ଚତୁର କାମ କରିଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି। ଏଖବର ଧୀରେ ଧୀରେ ଲୋକେ ଜାଣିବା ପରେ ଉଭୟ ଗ୍ରାମର ଲୋକଙ୍କୁ ଡାକି ପଞ୍ଚାୟତରେ ବୁଝାଶୁଝା କରି ପାଜି ବାହିଲିର ଧାନମାଳି ମାଝୀ ତାଲାଙ୍ଗସୁର ଗ୍ରାମର ଧାନମାଳି ମାଝୀଙ୍କୁ ପ୍ରଥମ କିସ୍ତିରେ ଘର ପାଇଁ ଆସିଥିବା ୨୦ହଜାର ଟଙ୍କା ମଧ୍ୟରୁ ୧୬ହଜାର ଟଙ୍କା ଫେରାଇ ଥିବା ବେଳେ ୪ହଜାର ଟଙ୍କା ଖର୍ଚ୍ଚ ହୋଇ ଯାଇଛି ଦେଇ ପାରିବି ନାହିଁ ବୋଲି କହିଥିଲେ। ଅନ୍ୟପଟେ ପାଜିବାହିଲି ଗ୍ରାମର ଡମ୍ବରୁ ମାଝୀ ଆବାସ ଯୋଜନା ଘର ପାଇଁ ୨୦ହଜାର ଟଙ୍କାର ସିମେଣ୍ଟ, ଲୁହାଛଡ଼ ଓ ଇଟା କିଣିକି ଆଣି ଫାଉଣ୍ଡେସନ କରିଥିବା ଯୋଗୁଁ ମୋ ପାଖରେ ପଇସା ନାହିଁ ବୋଲି କହିଥିଲେ। ଏନେଇ ଲାଞ୍ଜିଗଡ଼ ଏବିଡ଼ିଓ ବିଭୂତି ଭୂଷଣ ସତପତିଙ୍କୁ ପଚାରିବାରୁ ବେନଗାଁ ପିଓ ମନୋଜ ଶବର କହିବା ଅନୁଯାୟୀ ତାଲାଙ୍ଗସୁର ଗ୍ରାମର ଦୁଇଜଣ ଘର ପାଇଥିବା ହିତାଧିକାରୀ ପାଜିବାହିଲି ଗ୍ରାମରେ ରହୁଥିଲେ ତେଣୁ ଆମେ ଜାଣି ପାରିଲୁ ନାହିଁ, ଧାନ ମାଳି ମାଝୀ ୧୬ ହଜାର ଫେରାଇ ଦେଇଛି ଆଉ ୪ ହଜାର ଫେରାଇବ। ଡମ୍ବରୁ ମାଝୀ ମଧ୍ୟ ଅନ୍ୟ ଜଣଙ୍କ ଫାଉଣ୍ଡେସନ ପକାଇ ଦେବା ପାଇଁ କହିଛି ବୋଲି ପିଓ କହି ଛନ୍ତି ବୋଲି ଶ୍ରୀ ସତପତି ପ୍ରକାଶ କରିଥିଲେ। ପଞ୍ଚାୟତ କର୍ମଚାରୀଙ୍କ ଏପରି ଖାମଖିଆଲି ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ବଞ୍ଚିତ ହେଉଛନ୍ତି ବୋଲି ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

———————————————————

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.