ବଲାଙ୍ଗିର,୧୭/୧୧ : ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜ ବଲାଙ୍ଗିର ଆଗକୁ ପ୍ଲାଟିନମ ଜୁବଲି ପାଳନ କରିବାକୁ ଯାଉଛି । ଡିସେମ୍ବର ୨୭ ରୁ ଆରମ୍ଭ ହେବାକୁଥିବା ଏହି ଉତ୍ସବ ପୂର୍ବରୁ ମହାବିଦ୍ୟାଳୟ ତଥା ଆଖପାଖ ଅଞ୍ଚଳକୁ ସଫା ସୁତୁରା କରଯାଇଛି । ଏଥିରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ତଥା ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫେଇ କରିବାସହ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ସୃଷ୍ଟି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥଲେ।