ସଇଁତଲା ବ୍ଳକ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ

ଦେବେନ୍ଦ୍ର ଯୋଶୀ ସଭାପତି, ବିନେଶ କୁମାର ଗହିର ସମ୍ପାଦକ

Omkar Vasthu
Omkar Vasthu

ସଇଁତଲା,୨୧/୧୧ : ଗ୍ରାମାଞ୍ଚଳରେ ଖବର ସଂଗ୍ରହ କରିବା ସମୟରେ ସାମ୍ବାଦିକଟିଏ ବିଭିନ୍ନ ପ୍ରକାର ଅସୁବିଧା ଓ ବାଧାବିଘ୍ନର ସମ୍ମୁଖିନ ହୋଇଥାଏ । ବର୍ତ୍ତମାନର ସମୟରେ ଏହି ଧାରାର ପାଦ ଥାପିଥିବା ପତ୍ରକାର ମାନଙ୍କୁ ସୁସଂଗଠିତ କରିବାସହ ଉତ୍ତମ ମାନର ଖବର ପ୍ରକାଶନ ସହ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପ୍ରକାଶନର ଲକ୍ଷ୍ୟ ନେଇ ସଇଁତଲା ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ଏନେଇ ଆୟୋଜିତ ବୈଠକରେ ସର୍ବ ସମ୍ମତିକ୍ରମେ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ଦେବେନ୍ଦ୍ର ଯୋଶୀଙ୍କୁ ସଭାପତି ଦାୟିତ୍ୱ ଦିଆଯାଇ ଥିବା ବେଳେ ଶ୍ରୀଯୁକ୍ତ ବିନେଶ କୁମାର ଗହିର ସମ୍ପାଦକ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମେହେରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି । ସମସ୍ତେ ଏକତ୍ରିତ ହୋଇ କିପରି ସଙ୍ଗଠନକୁ ମଜଭୁତ କରିପାରିବା ଓ ଅଞ୍ଚଳର କୋଣ ଅନୁକୋଣର ସମସ୍ତ ସମ୍ବାଦ ପରିବେଷଣ କରି ପାଠକଙ୍କ ଆସ୍ଥା ଭାଜନ ହୋଇପାରିବା ସେନେଇ ଶ୍ରୀଯୁକ୍ତ ଯୋଶୀ ଆଲୋକପାତ ରଖିଥିଲେ । ଆଗକୁ ଅଞ୍ଚଳର ଯେଉଁ ସାମ୍ବାଦିକ ବନ୍ଧୁମାନେ ସଂଘରେ ସାମିଲ ହେବାପାଇଁ  ଆଗ୍ରହୀ, ତେବେ ସେମାନଙ୍କୁ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଗୋବିନ୍ଦ ଭୋଇ ମତପ୍ରକାଶ କରିଛନ୍ତି । ଶେଷରେ ସାମ୍ବାଦିକ ଶ୍ରୀଯୁକ୍ତ ରଞ୍ଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସଇଁତଲା ବ୍ଲକର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

Pearl dental clinic
Near Ashish Medical Store, Bhawanipatna
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

——————————————————-

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.