କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ

କଳାହାଣ୍ଡି ୨୪/୧୧ : କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବରୁଣ ସୁନାଙ୍କ ଅଧ୍ୟକ୍ଷତାରେ ବେଲଖଣ୍ଡି ଶିବ ମନ୍ଦିରରେ ସଂଘର ଏକ ବୈଠକ ଆୟୋଜିତ ହୋଇ ଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ନବ ନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶପଥ ଗ୍ରହଣ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ସିଟି ସଂଘ ଓଡିଶା ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା କର୍ଲାମୁଣ୍ଡା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାମୋହନ ପାଢୀ, ସମ୍ମାନିତ ଅତିଥି ରାଜ୍ୟ ସିଟି ପ୍ରଥମିକ ସଂଘ ସଂପାଦକ ସୁଶୀଲ କୁମାର ପଧାନ, ଶିକ୍ଷାବିତ ମୋହନଲାଲ ରଣା, ସତ୍ୟନାରାୟଣ ରାଜପୁତ, ଦୀନବନ୍ଦୁ ନାଗ, ସଚ୍ଚିଦାନନ୍ଦ କୁମାର (ଲାଞ୍ଜିଗଡବ୍ଲକ), ମୋହନ ଭୋଇ (ଗୁଡଭେଲାବ୍ଲକ), ହର୍ଷବର୍ଦନ ଭୋଇ(କେସିଙ୍ଗା ବ୍ଲକ), ଶ୍ରୀଧର ସାହୁ (ମ.ରାମପୁର), ସୁଧିର ମହାନନ୍ଦ, ଆଶିଷ କୁମାର ପାଢୀ ପ୍ରମୁଖ ଯୋଗଦେଇ ସିଟି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ପାଇଁ ସମସ୍ତେ ଏକଜୁଟ ହେବା ଉପରେ ଗୁରୁତ୍ବାରୋପ କରିଥିଲେ ।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.