କେନ୍ଦୁଗୁଡା ଘାଟିରେ ଓଲଟିଲା ଟୁରିଷ୍ଟ ବସ: ଜଣେ ମୃତ, ୨ ଗୁରୁତର, ୧୦ ଆହତ

ମୋହନା,(ଏସ୍ ତ୍ରିପାଠୀ): ରାୟଗଡା ସୀମାନ୍ତରେ ଏକ ଟୁରିଷ୍ଟ ଗାଡି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଯାତ୍ରୀ ଗୁରୁତର ଏବଂ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ସୁନୀଲ ସାହୁ(୨୮)।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଏକ ଟୁରିଷ୍ଟ ଗାଡ଼ି ନଂ-(ଓଡ଼ି ୧୩ ଏମ ୦୦୨୫)ରେ ପ୍ରାୟ ୨୦ ଜଣ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ କୋରାପୁଟ ବୁଲିବାକୁ ଯାଇଥିଲେ । ସୋମବାର ଭୋର ୬ଟା ସମୟରେ ଫେରିବା ବେଳେ କେନ୍ଦୁଗୁଡା ଘାଟି ଡୁମୂଳାପଦର ଛକ ବୁଲାଣି ନିକଟରେ ଘନ କୁହୁଡ଼ି ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ନଓଲଟି ପଡିଥିଲା। ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକଲ ପଠାଯାଇଥିବା ଜଣାପଡିଛି। ଗୁରୁତର ମାନଙ୍କ ମୁଣ୍ଡ,ମୁହଁ, ଛାତିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ୧୦ ଜଣ ଆହତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି।

Udyog Nursery
Udyogi Nursery

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଦମକଳ କେନ୍ଦ୍ର ଅଧିକାରୀ ତାରାକାନ୍ତ ମହାପାତ୍ର ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ମୋହନା ପୁଲିସ ଓ ଥାନା ଅଧିକାରୀ ସୁଜିତ କୁମାର ନାୟକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.