ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣଙ୍କ ତିନିଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ଯା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବରେ ଲୋକାର୍ପିତ ହୋଇଛି କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ଆତ୍ମୋପଲବ୍ଧିର କଥନ ‘ଅଜ୍ଞାତର ପଦଚିହ୍ନ’ ଓ ୧୨୬ ପୃଷ୍ଠାର ବିରଳ କବିତା ‘ରାଗ ଉତ୍ତରା’। ଲୋକାର୍ପଣ ପର୍ବରେ ମୁଖ୍ଯ ଅତିଥି ଭାବରେ ଉତ୍ତରାଂଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଯୋଗଦେଇ ଭଲ ବହି ଖୋଜୁଥିବା ଲୋକଙ୍କ ପାଇଁ ଏହି ବହିସବୁ ସଂଗ୍ରହଣୀୟ ବୋଲି ବିଚାର ରଖିଥିଲେ। ପ୍ରଫେସର ପଂଚାନନ ମିଶ୍ର ‘ରାଗ ଉତ୍ତରା’ର ସମୀକ୍ଷା କରି ରାମକୃଷ୍ଣଂକ କାବ୍ଯୋକ୍ତିର ଉତ୍ତରଣକୁ ଅବତାରଣା କରିଥିଲେ। ପ୍ରଫେସର ମୀନକେତନ ପାଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସୁକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବି ଡ. ପ୍ରଦୀପ କୁମାର ପଣ୍ଡା ସଭାପତିତ୍ବ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ଯାର ଆବାହକ ଡ. ଦ୍ବାରିକାନାଥ ନାୟକଙ୍କ ସ୍ବାଗତ ସଂଭାଷଣ, କବି ରାମକୃଷ୍ଣଙ୍କ କବିତା ପାଠ ସଭାର ଆଉ ଏକ ଉପଲବ୍ଧି ଥିଲା। ସହରର
ସୀମିତ ସୁଧୀଜନଂକୁ ନେଇ କରୋନା କଟକଣା ମାନି ଆୟୋଜିତ ଆଜିର ଆସର ସଂଯୋଜନା କରିବାର ସୁଯୋଗ ଦେଇଥିଲା ଅନ୍ଯା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.