ଉତ୍କଳ ଆଲୁମିନାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ଜାନୁଆରୀ ୧୮ରୁ ଆରମ୍ଭ ହୋଇ ଫେବୃଆରୀ ୧୭ ଏକ ମାସ ପର୍ଯ୍ୟନ୍ତ ଚାଲୁ ରହିବ ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମ

ରାୟଗଡ଼/କାଶିପୁର: ଉତ୍କଳ ଆଲୁମିନା ପ୍ରକଳ୍ପରେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଛି। ଏହା ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୭ ଏକ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଉତ୍କଳ ଆଲୁମିନା ପ୍ରକଳ୍ପ ସୁରକ୍ଷା ବିଭାଗର ଜୟ ତିୱାରୀ ଓ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇ କିପରି ଲୋକେ ସହଜରେ ସଡକ ସୁରକ୍ଷା ର ପନ୍ଥା ଗ୍ରହଣ କରିବେ ଏହା ମୂଳ ଲକ୍ଷ୍ୟ ରହିଛି। ପ୍ରକଳ୍ପର ଶ୍ରୀ ରବି ନାରାୟଣ ମିଶ୍ର, ଆର ପି ସିଂ ଓ ଜୟ ତିୱାରୀ ପତାକା ଦେଖାଇ ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ।

Udyog Nursery
Udyogi Nursery


ଏହି ଏକ ମାସ ମଧ୍ୟରେ ସୁରକ୍ଷା ରଥ ପ୍ରକଳ୍ପ ର ପାରିପାର୍ଶ୍ବିକ ଅଞ୍ଚଳରେ ସଡକ ସୁରକ୍ଷା ବାର୍ତା ପହଞ୍ଚାଇବା, କର୍ମଚାରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଡକ ସୁରକ୍ଷା ତାଲିମ, ଯାନବାହାନ ଚେକିଙ୍ଗ ଓ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ସାମଲ ଜଣାଇ ଥିଲେ।


ମୂଳ ଲକ୍ଷ୍ୟ ଅଞ୍ଚଳରେ କିଭଳି ଦୁର୍ଘଟଣା ହ୍ରାସ ପାଇବ, ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା, ନିଶା ଦ୍ରବ୍ୟ ବର୍ଜନ କରିବାକୁ ପ୍ରାଧାନ୍ୟ, ଗାଡ଼ି ଚଲେଇବା ବେଳେ ଟ୍ରାଫିକ ବ୍ୟବସ୍ଥା କଡ଼ା କଡି ଭାବରେ ମାନିବା ଏସବୁକୁ ଗୁରୁତ୍ଵ ଦେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମ ଲକ୍ଷ୍ୟ ବୋଲି ସେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ସମସ୍ତ ସେଫ୍ଟି ଅଫିସର, ସମସ୍ତ ସିନିୟର୍ ଅଫିସର ଯୋଗ ଦେଇଥିଲେ। ସମସ୍ତ କୋଭିଡ -୧୯ ନିୟମକୁ ପାଳନ କରି ଏକ ରାଲି କରିଥିଲେ।

ସୁରକ୍ଷା ବିଭାଗର ଜୟ ତିୱାରୀ, ପ୍ରଫୁଲ୍ଲ ସାମଲ ଙ୍କ ସହ ଦିଲୀପ ସାମଲ, ନିହାର ଜେନା, ନବୀନ ନାଏକ, ଆମ୍ବରିଶ ପଣ୍ଡା, ଆଲାରାମ ଭତ୍ରା ଓ ସମସ୍ତ ସେପ୍ଟି ଅଫିସର ଏହି କାର୍ଯ୍ୟକ୍ରମରେ ସାମିଲ ରହି ସହଯୋଗ କରିଥିଲେ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.