କବିତା: ନାମ ଯେ ତା’ର ଦୁହିତା

Omkar Vasthu
Omkar Vasthu

✒️ ପ୍ରଣତି ମହାପାତ୍ର

ଦୁଇକୂଳ ହିତା କହେ ମିଠା କଥା
ନାମ ଯେ ତା’ର ଦୁହିତା,
ପିତା ମାତା ଭାଇ ଭଗିନୀ ସଙ୍ଗତେ
ପିତୃକୂଳେ ଆତ୍ମୀୟତା।

Pearl dental clinic
Near Ashish Medical Store, Bhawanipatna

କନ୍ୟାଦାନ ପରେ ବୋହୁ ଉପାଧିରେ
ଶାଶୁଘରେ ପରିଚିତା,
ନିଏ ଆନ ଜନ୍ମ କରେ ପୂଣ୍ୟ କର୍ମ
ଉଚ୍ଚ କରେ ପିତୃ ମଥା।

Udyog Nursery
Udyogi Nursery

ଦୁହିତାରୁ ବଧୂ, ବଧୂରୁ ସେ ମାତା
ମୃତ୍ୟୁ ସାଥେ ଲଢି ହୁଏ,
ସୁଶିକ୍ଷା ସଂସ୍କାର ସୁକଲ୍ୟାଣ ମାନ
ନିଜ ସନ୍ତାନକୁ ଦିଏ।

କନ୍ୟା, ବଧୂ, ମାତା ରୂପରେ ସବୁଠି
ବାଣ୍ଟିଦିଏ ସେ ମମତା,
ଦୁଇ କୂଳ ହିତା କହେ ମିଠା କଥା
ନାମ ଯେ ତା’ର ଦୁହିତା।

ବାଲେଶ୍ବର

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.