ପ୍ରଶାସନ ତ୍ଵରିତ ପଦକ୍ଷେପ ଗ୍ରହଣ ନକଲେ ୨ତାରିଖରୁ ଧାରଣାରେ ବସିବେ ଶିକ୍ଷକ ଓ କର୍ମଚାରୀ
ମୋହନା, (ଏସ୍ ତ୍ରିପାଠୀ): ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଓ କର୍ମଟାରୀମାନେ ଆଜି ଜିଲ୍ଲା ମଣ୍ଡଳୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଭାରପ୍ରାପ୍ତ ଶ୍ରମଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କୁ ଭେଟି ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁଙ୍କ ବିରୋଧରେ ଲିଖିିତ ଅଭିଯୋଗ କରିଛନ୍ତି । ତତ୍ ସହିତ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସହକାରୀ ଜିଲ୍ଲାପାଳ ଜୁବୁଲି ଚ଼ରଣ ବେହେରା , ଅତିରିକ୍ତ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶଙ୍କୁ ଭେଟି ସମସ୍ୟା ନେଇ ଅବଗତ କରିଥିଲେ ।

ହୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକ ଦଣ୍ଡାସି ସାହୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସେବା ମନୋବୃତ୍ତି ନେଇ ବିନା ପାରିଶ୍ରମିକରେ ସେବା ଓ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ପାଉଣା ସ୍ୱରୂପ ସ୍ୱଳ୍ପ ପରିମାଣରେ ପାରିଶ୍ରମିକ ଦେଉଥିଲେ। ଫଳରେ ପୁରୁଣା କର୍ମଚାରୀମାନେ ଉତ୍ସାହିତ ହୋଇ ବହୁ ବର୍ଷଧରି କାର୍ଯ୍ୟକରି ଆସୁଥିଲେ । କିନ୍ତୁ ଗତ ୪/୫ ବର୍ଷ ହେଲା ସମ୍ପାଦକ ଦଣ୍ଡାସି ସାହୁଙ୍କ ମନମୁଖୀ , ଦୁର୍ନିତି ଓ କଳାକାରନାମା କର୍ମଚାରୀମାନଙ୍କୁ ବ୍ୟଥିତ କରିବା ସହ ଅତ୍ୟାଚାରର ଶିକାର ହେଉଥିବା, ଦରମା ମାଗିରେ ସମ୍ପାଦକ ଦଣ୍ଡାସି ସାହୁ କୋର୍ଟ କଚେରୀ ଓ ଥାନାରେ ପୁରାଇ ଦେବାର ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ସେଠାକର ଶିକ୍ଷକ ଏବଂ କର୍ମଚାରୀ । ପ୍ରଶାସନର ବାରମ୍ବାର ଦ୍ୱାରସ୍ତ ହେବା ସ୍ୱତ୍ତ୍ୱେ ସୁଫଳ ଯଦି ନ ମିଳେ ତେବେ ଆସନ୍ତା ୨ ଫେବୃଆରୀରେ ବିଦ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ପରିବାର ସହିତ ବସିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।





