ପ୍ରଶାନ୍ତ ଦାଶଙ୍କ କବିତା ସଂକଳନ ‘ଝର୍କାରୁ ପୃଥିବୀ’ ଲୋକାର୍ପିତ

ପୋଡାରୁଟିରେ ଜହ୍ନ ଓ ଜୀବନକୁ ଦର୍ଶାଉଛି ‘ଝର୍କାରୁ ପୃଥିବୀ’କବି

ଭବାନୀପାଟଣା: ଯନ୍ତ୍ରଣା ଭିତରେ ଆନନ୍ଦ, ଭୟ ଭିତରେ ଅନୁଭବ ଓ ପିତା ଦ୍ରାବରେ ବି ସ୍ୱାଦ ପାଇବାର ଅନୁଭୂତିରୁ ଜନ୍ମିତ ବାସ୍ତବିକ ଓ ଜୀବନଧର୍ମି କବିତା ସଂକଳନ ହେଉଛି ‘ଝର୍କାରୁ ପୃଥିବି’ କହିବାକୁ ଗଲେ ପୋଡାରୁଟିରେ ଜହ୍ନ ଓ ଜୀବନ କୁ ଦେଖି ପାରିବେ ବୋଲି ‘ଝର୍କାରୁ ପୃଥିବୀ’ ପୁସ୍ତକର ଲୋକାର୍ପଣ ଉତ୍ସବରେ ବହିଟିର କବି ପ୍ରଶାନ୍ତ କୁମାର ଦାସ ମତ ଦେଇଛନ୍ତି। ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଵାଲାଜୀ ବିହାର ଠାରେ ଆୟୋଜିତ ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ରାସବିହାରୀ ବେହେରା, ମୁଖ୍ୟବକ୍ତା ଭାବେ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗଦେଇଥିବା ବେଳେ ସାହିତ୍ୟିକ ସୁକାନ୍ତ ସାହୁ ଓ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Omkar Vasthu
Omkar Vasthu


ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ପୁସ୍ତକଟିର ସମୀକ୍ଷା କରିଥିଲେ। କବି ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। କଳାହାଣ୍ଡି ଥିଏଟରର କଳାକାର କାଜଲ ମହାରଣା, ଚିନ୍ମୟୀ ବୈଠାରୁ ଓ ଅନ୍ନପୂର୍ଣ୍ଣା ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିଲେ। କବି ସବ୍ୟସାଚୀ ବିଶୋୟୀ, ଦୀପ୍ତି ମୁଣ୍ଡ, ବିଶ୍ୱ ରଞ୍ଜନ ପଣ୍ଡା, ପୂଣ୍ୟଦୀପା ଖମାରୀ, ଯତୀନ ପ୍ରଧାନ ଓ ଲିପ୍ସାମୟୀ ଦୁବେ ଉନ୍ମୋଚିତ ପୁସ୍ତକର କବିତା ପାଠ କରିଥିଲେ। ଯୁବକବି ଦକ୍ଷ ସାହୁ ଧନ୍ୟବାଦ ଦେଇଥିବା ବେଳେ ଦୀପକ କୁମାର ଦାସ, ରମାକାନ୍ତ ସିଂ ସାହାଣୀ, ଭାର୍ଗବୀ ମାଝୀ, ଝରଣା ଧରୁଆ, ଆଶାରାଣୀ ପଣ୍ଡା, ତପନ କୁମାର ସାହୁ, ଭାଗିରଥି ବାରିକ ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.