ମା’ ହୀରାନୀଳା ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ସ୍ତରୀୟ ରେଡ଼କ୍ରସ ଶିବିର

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ବିଶ୍ୱନାଥପୁର ସ୍ଥିତ ମା’ ହୀରାନୀଳା ଉଚ୍ଚ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ପକ୍ଷରୁ ଏକ ଗୋଷ୍ଟି ସ୍ତରୀୟ ଅଧ୍ୟୟନ ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu


ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ଯୋଗଦେଇ ଥିଲେ। ସଂମ୍ମାନୀତ ଅତିଥିଭାବେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏସଓ ମନରଞ୍ଜନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଏଚଆଇଭି, ପ୍ରାଥମିକ ଚିକିତ୍ସା, ଆରଟିଓ ସଡକ ସୁରକ୍ଷା, ରକ୍ତଦାନର ମହତ ଓ କରୋନା କାଳରେ ବିଦ୍ୟାଳୟର ରେଡ଼କ୍ରସର ଛାତ୍ରଛାତ୍ରୀ ମାନେ ଦୁର୍ଗମଅଞ୍ଚଳର ସେବା, ତ୍ୟାଗ ଓ ଅନୁଶାସନକୁ ନେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛିନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ଏଊ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର କିଶୋର ଘଡେଇ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.