ରାୟଗଡ ଜିଲ୍ଳାର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଗଲା କୋଭିଡ-୧୯ ଟୀକା

ପ୍ରଥମ ଟୀକା ନେଇ ନିଶ୍ଚିନ୍ତରେ ଟୀକା ନେବା ପାଇଁ ଆହ୍ୱାନ ଦେଲେ ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର କାର୍ଯ୍ୟରତ ସରକାରୀ କର୍ମଚାରୀ ତଥା ଆଗଧାଡିର କରୋନା ଯୋଦ୍ଧା ବିଶେଷ କରି ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଓ ରାଜସ୍ୱ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକା ଅନୁଯାୟୀ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ୍‌-୧୯ ଟୀକାକରଣ କରାଯିବା ନିମନ୍ତେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଟୀକାକରଣ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦାନ କରି ଏହାର ଉଦଘାଟନ କରିଥିବା ବେଳେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶଙ୍କରୀପ୍ରସାଦ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu


ଆଜିର ଏହି ଟୀକା କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଜିଲ୍ଳାପାଳ ଶ୍ରୀ ମିଶ୍ର ଟୀକା ଗ୍ରହଣ କରିବା ପରେ ପର୍ଯ୍ୟାୟକ୍ରମେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦ୍ୱିବେଦୀ, ତହସିଲଦାର ଉମାଶଙ୍କର ବେହେରା ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଅନ୍ୟମାନେ ଟୀକା ନେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ସେହିପରି ଟୀକା ଗ୍ରହଣ କରିବା ପରେ ହିତାଧିକାରୀମାନେ ଅଧଘଂଟା ଧରି ପର୍ଯ୍ୟବେକ୍ଷଣରେ ରହିଥିଲେ । ମହାମାରୀ କରୋନାକୁ ମୁକାବିଲା କରିବା ନିମନ୍ତେ ପ୍ରଦାନ କରାଯାଉଥିିବା ଏହି ଟୀକା ନେବା ଫଳରେ କୈାଣସି ପାଶ୍ୱର୍ ପ୍ରତିକ୍ରିୟା ତଥା ସମସ୍ୟା ନ ଥିବାରୁ ସମସ୍ତେ ନିଶ୍ଚିନ୍ତରେ କୋଭିଡ-୧୯ ଟୀକା ଗ୍ରହଣ କରନ୍ତୁ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି । ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ, ବସଷ୍ଟାଣ୍ଡ ସ୍ଥିତ ରିକ୍ରେସନ୍ ହଲ, ସିଆରପିଏଫ ହେଡ୍‌କ୍ୱାଟର୍ସ ସହିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ, ଚାନ୍ଦିଲି ଠାରେ ଏବଂ ଗୁଣପୁର ନଗର ଭବନ ଠାରେ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ମୋଟ ୫ଟି ଟୀକାକରଣ କେନ୍ଦ୍ର ଖୋଲାଯାଇଛି ।

Udyog Nursery
Udyogi Nursery


ସେହିପରି ଆଜି ଜିଲ୍ଳାରୁ ୬୭୩ ଜଣ ହିତାଧିକାରୀ ଟୀକା ନେବା ନିମନ୍ତେ ନିଜ ନାମ ପଂଜୀକୃତ କରିଥିବା ବେଳେ ଜିଲ୍ଳାରୁ ମୋଟ ୬୨୮୨ଜଣ ଆଗଧାଡିର ସରକାରୀ କର୍ମଚାରୀମାନଙ୍କୁ ଏହି ଟୀକାକରଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଟୀକାକରଣ ଆଜି ଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ଗତ ଜାନୁଆରୀ ମାସ ୧୬ତାରିଖରେ ଆରମ୍ଭ ହୋଇଥିବା ଟୀକାକରଣରେ ବର୍ତମାନ ସୁଦ୍ଧା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ପ୍ରାୟ ୬ ହଜାରରୁ ଉର୍ଦ୍ଧ ଆଗଧାଡିର କରୋନା ଯୋଦ୍ଧାମାନେ ଟୀକାକରଣ କରିଥିବା ନେଇ ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.