କେକେଡିଏ ପକ୍ଷରୁ ୧୩୦ ଆଦିମ ଜନଜାତି ପରିବାରକୁ କୁକୁଡ଼ା ବଣ୍ଟନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ) ଓ ସହଯୋଗୀ ଅନୁଷ୍ଠାନ ଜନସାହାଯ୍ୟ ମାଧ୍ୟମରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟକ୍ରମ ଓ ପି.ଇ.ଏଲ୍.ଆଇ.ପି ସହଯୋଗରେ ଟୁରୀଗୁଡା, କମାଗୁଡା, ଡେଙ୍ଗସର୍ଗି, ଗ୍ରାମର ଆଦିମ ଜନଜାତି ସଂପ୍ରଦାୟର ୧୩୦ ଗୋଟି ପରିବାର କୁ ୧୦ ଗୋଟି ୪୦ ଦିନିଆ ଅଣ୍ଡା ଦିଆ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


ଏହି ଘର ଅଗଣା କୁକୁଡ଼ା ପାଳନ ପାଇଁ ଟୁରିଗୁଡା, କପାଗୁଡା ଓ ଡେଙ୍ଗସର୍ଗି ଗ୍ରାମ୍ୟ ଉନ୍ନୟନ କମିଟି ଦ୍ଵାରା କାର୍ଯ୍ୟକାରୀ କରାଯାଇଛି। ଉକ୍ତ କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ ବେନିଆଁ, କେକେଡିଏର ପ୍ରକଲ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ, କନିଷ୍ଠ କୃଷି ଅଧିକାରୀ ଶ୍ରୀ ମନୋଜ ମଲ୍ଲିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହଯୋଗ ଅନୁଷ୍ଠାନର କର୍ମୀ ପରମାନନ୍ଦ ରଣା, ରବିନ୍ଦ୍ର ହରିଜନ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBar.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.