ନୂଆପଡା: ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂଆପଡା ସଦର ଯୁବକ ଗୋଷ୍ଠୀ ଫଳ ବଣ୍ଟନ କରିଛନ୍ତି। ଗତ ଦୁଇ ବର୍ଷରୁ ମାତୃତ୍ୱ ଦିବସରେ ଏହି ଯୁବ ଗୋଷ୍ଠୀ ଫଳ ବଣ୍ଟନ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅନେକ ରୋଗୀ ଫଳ ବଣ୍ଟନ କରାଯାଇଥିଲା।
ସଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ମାନେ କୋଭିଡ ମହାମାରୀର ଅନେକ ମାସ ପରେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସିଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେଠାରେ ଯୁବକ ଗୋଷ୍ଠୀ ଫଳ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶାହରୁଖ ଖାନ, ପିଙ୍କୁ ସାହୁ, ଗୋଲଡି ସାହୁ, ବିମଲ ସାହୁ, ରୋଶନ ସାହୁ, ସୁରଜ ସାହୁ, ସାଗର ବାରିକ ଓ ଦିଲୀପ ଠାକୁର ପ୍ରମୁଖ ଉପସ୍ଥିତ ରହି ବିଶେଷ ଭାବେ ସହଯୋଗ କରିଥିଲେ।