ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ ସଂଗିନ ଅଭିଯୋଗ ଆଣିଲେ ଗ୍ରାମବାସୀ

କାଶୀପୁର, (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଦୁୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ ମୁଷୁରିପଦର ଗ୍ରାମର ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ମୁଷୁରିପଦର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମମତା ଯୋଜନାରେ ଅର୍ଥରାଶି ପାଇବାକୁ ହେଲେ ଗର୍ଭ ପଞ୍ଜିକରଣ କରିବା ପାଇଁ ଏବଂ ଗର୍ବବତୀ ବା ପ୍ରସୂତି ମହିଳାଙ୍କ ଜମାଖାତାକୁ ଅର୍ଥ ହସ୍ତାନ୍ତର କରିବାକୁ ହଜାରରୁ ପନ୍ଦରଶହ ଟଙ୍କା ଆଦାୟ କରୁଛନ୍ତି ଅଙ୍ଗନୱାଡି।

Omkar Vasthu
Omkar Vasthu


ମୁଷୁରିପଦର ଅଙ୍ଗନୱାଡି କର୍ମୀ ସରକାରଙ୍କ ନିର୍ଦ୍ଦେଶକୁ ଅପବ୍ୟବହାର କରି ଚାଳିଛନ୍ତି। ଜୁଲାଇ ୨୦୧୮ ଠାରୁ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ନୂତନଭାବେ ପରିବର୍ତ୍ତିତ ମେନ୍ୟୁ ଅନୁସାରେ କାର୍ଯ୍ୟ ନ କରି ଖାଦ୍ୟରେ ମାସକୁ ତିନିଟି ଅଣ୍ଡା ଓ ପାଏ ଚାଉଳ ତାହାପୁଣି କେଉଁ ମାସରେ ଆସିନାହିଁ କହି ଦିଆଯାଉନ ଥିବା କଥା କହିଛନ୍ତି ଅଙ୍ଗନୱାଡି ହେଲପର ଓ ଗ୍ରାମବାସୀ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରାକ ବିଦ୍ୟାଳୟ ଶିକ୍ଷା କରାଯାଉନାହିଁ ଓ ପ୍ରାକ ବିଦ୍ୟାଳୟ ଶିଶୁଙ୍କ ପାଇଁ ସକାଳ ଜଳଖିଆ ଦିଆଯାଉନାହିଁ। ସରକାରଙ୍କ ନିର୍ଦେଶ ଅନୁଯାୟୀ ଗରମ ରନ୍ଧା ଖାଦ୍ୟ ମେନ୍ୟୁକୁ ସୂଚାରୁ ରୂପେ କାର୍ଯ୍ୟକାରି କରାନଯାଇ ସମନ୍ୱିତ ଶିଶୁ ବିକାଶ ସେବା କର୍ମକର୍ତାଙ୍କ ସଳାସୁତୁରାରେ ଅଙ୍ଗନୱାଡି କର୍ମୀ ନିଜେ ଆତ୍ମସାତ କରିଚାଲିଛନ୍ତି ବୋଲି ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଷୁରିପଦର ଗ୍ରାମ ବାସି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.