ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ଜମି ଅଧିଗ୍ରହଣ ପ୍ରସଙ୍ଗ: ଜମିର ମିଳୁନି ଉଚିତ୍ ପ୍ରାପ୍ୟ, ଭୂ-ଅର୍ଜନ ଅଧିକାରୀଙ୍କୁ ଭେଟିଲେ କୁଲଜିଙ୍ଗ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୂୂର୍ବତଟ ରେଳବାଇ ଅଧିନସ୍ଥ ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ତେବେ ଉକ୍ତ ରେଳପଥ ନିର୍ମାଣ ପାଇଁ ରାୟଗଡା ଜିଲ୍ଳା ସଦର ତହସିଲ କୁଲଜିଙ୍ଗ ମୈାଜାର କୁଲଜିଙ୍ଗ ଗ୍ରାମର ୧୪ଜଣ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କରାଯାଉଛି । କିନ୍ତୁ ଏହି ଜମି ଅଧିଗ୍ରହଣରେ ଉଚି୍‌ତ ପ୍ରାପ୍ୟ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ନେଇ ଆଜି କୁଲଜିଙ୍ଗ ଗ୍ରାମବାସୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ, ରାୟଗଡାର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନାରାୟଣ ମିଶ୍ରଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରି ସେଂଟ ପିଚ୍ଛା ୬୦ହଜାର ଟଙ୍କା ପ୍ରଦାନ ନିମନ୍ତେ ଦାବି ଜଣାଇଛନ୍ତି । ଗ୍ରାମବାସୀଙ୍କ ଦାବିକୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ନିର୍ମାଣ ନିମନ୍ତେ କୁଲଜିଙ୍ଗ ଗ୍ରାମର କିଛି ଜମି ଅଧିଗ୍ରହଣ କରାଯାଉ ଥିବା ହେତୁ ଗତ ଅକ୍ଟୋବର ୧୫ତାରିଖରେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ବର୍ଷର ଅଧିନିୟମ ଧାରା ୨୩ ଅନୁଯାୟୀ ରେଳବାଇ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଅଧିନିର୍ଣ୍ଣୟ କରାଯାଇଥିଲା । ଡଙ୍ଗର-୨ କିସମର ଜମିର ଏକର ପିଚ୍ଛା ସରକାରୀ ମୂଲ୍ୟ ୬୦ହଜାର ଟଙ୍କା ହିସାବରେ ଜମି ହରାଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ଗ୍ରହଣ କରିବା ପାଇଁ ଭୂ-ଅର୍ଜନ ଅଧିକାରୀ ଡିସେମ୍ବର ୮ତାରିଖକୁ ସମୟ ଦେଇଥିଲେ । ଏଥିରେ ଏକର ପିଚ୍ଛା ନିର୍ଦ୍ଧାରିତ ଦରକୁ ମିଶାଇ ରେଡିୟାଲ ଦୂରତା, ଗଛ/ଫଳଗଛ, କୂପ/ପୋଖରୀ, ଶତ ପ୍ରତିଶତ ସୋଲାସିୟମ ସହ ଅତିରିକ୍ତ ଜମିର ମୂଲ୍ୟ ୧୨ପ୍ରତିଶତ ପ୍ରକାରେ ୨ବର୍ଷ ପାଇଁ ମୋଟ ପ୍ରାପ୍ୟ ପ୍ରଦାନ କରାଯାଉଛି । ତେବେ କୁଲଜିଙ୍ଗ ଗ୍ରାମବାସୀ ଯୁଗ ଯୁଗରୁ ଅଧିଗ୍ରହଣ ହେବାକୁ ଥିବା ଜମିରେ ଚାଷ କରି ନିଜର ଜୀବନ ଜୀବିକା ବଂଚାଇ ଆସୁଥିିବା ବେଳେ ସେଂଟ ପିଚ୍ଛା ୧୨୦୦ଟଙ୍କା ପ୍ରଦାନ କରାଯାଉଥିବାରୁ ସେମାନଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି । ଜମି ଚାଲିଗଲେ ଆଉ ସେମାନେ ଚାଷ କରିପାରିବେ ନାହିଁ ତେଣୁ ସେଂଟ ପିଚ୍ଛା ୬୦ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କଲେ ତାହିଁରେ ସେମାନେ ଅନ୍ୟ କିଛି ଜୀବିକା ବ୍ୟବସ୍ଥା କରିବେ ବୋଲି ଗ୍ରାମର ନବୀନ ହିମିରିକା, ସାମାରାଓ ହିମିରିକା, ରଘୁନାଥ ହିମିରିକା, ଗଙ୍ଗାଧର ହିମିରିକା, ସୁନ୍ଦାରାଓ ମିନାକା, ନାଇଡୁ ମିନାକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.