ମେକ ଇନ ଓଡ଼ିଶା ୨୦୨୨ରେ ପ୍ରମୁଖ ଆକର୍ଷଣ ଥିଲା ବେଦାନ୍ତ ଆଲୁମିନିୟମ ଷ୍ଟଲ

୫ ଦିନରେ ହଜାର ହଜାର ଲୋକଙ୍କୁ ଆକର୍ଷଣ କରିଥିଲା

ଝାରସୁଗୁଡ଼ାର ଆଲୁମିନିୟମ ପାର୍କର ଶୁଭାରମ୍ଭ ଥିଲା ଇଭେଟର ମୁଖ୍ୟ ଆକର୍ଷଣ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଭାଗ ନେଇଥିବା ଷ୍ଟଲ ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଭବିଷ୍ୟତର ଧାତୁ ବିନିଯୋଗ ପାଇଁ ଅତୀତର କଳା ପ୍ରତିପୋଷଣ ଉପରେ ଆଧାରିତ ଏହି ଷ୍ଟଲ ବିଜ୍ଞାନ, କଳା ଓ ପ୍ରଯୁକ୍ତି ବିଦ୍ୟାକୁ କଂପାନିର ଉତ୍ପାଦନର ଉତ୍କର୍ଷତା ମଧ୍ୟରେ ଜୀବନ୍ତ ରୂପ ଦେଇଥିଲା ।

Omkar Vasthu
Omkar Vasthu

ରାଜ୍ୟର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ଶିଳ୍ପପତି, କାର୍ଯ୍ୟରତ ପେଶାଦାର, ଛାତ୍ର, ଗ୍ରାହକ, ବ୍ୟବସାୟିକ ସହଯୋଗୀ ଓ ଜନସାଧାରଣ ଆଲୁମିନିୟମ ବିଶ୍ଵର ପରିଚୟ ଏଠାରୁ ପାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏକ ମଜାଳିଆ ଆଲୁମିନିୟମ ସାଇନ୍ସ ସ୍ଥାପନ ଯାହାକି ବକ୍ସାଇଟ ଖଣିରୁ ଆଲୁମିନା ପର୍ଯ୍ୟନ୍ତ କାର୍ଯ୍ୟଧାରାକୁ ପ୍ରଦର୍ଶନ କରାଯାଇଥିଲା । ସାଧାରଣଙ୍କ ପାଇଁ ଏହାକୁ ଅନୁଭବ କରିବା ଓ ପ୍ରକୃତ ନମୁନା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପିଲାମାନଙ୍କ ପାଇଁ ଝଲକ ପ୍ରସ୍ତୁତ ହୋଇଥିଲା । ଆଲୁମିନିୟମରେ କଂପାନିର ଉତ୍ପାଦ ପରିସରକୁ ଦର୍ଶାଯାଇଥିଲା ।

Udyog Nursery
Udyogi Nursery

ଏକ ଜୀବନ୍ତ କଳା ଓ ହସ୍ତଶିଳ୍ପ ସ୍ଥାପିତ ହୋଇଥିଲା ଯେଉଁଠାରେ ସଉରା କଳାକାର ଓ ବାଉଁଶ ବୁଣାକାରମାନେ ସେମାନଙ୍କ ଦକ୍ଷତା ପର୍ଦନ କରିଥିଲେ ।

ଏକ ଭାର୍ଟୁଆଲ ରିୟଲିଟି (ଭିଆର) କେନ୍ଦ୍ର ଯେଉଁଠାରୁ ଦର୍ଶକମାନେ ନନ୍ଦଘର ପ୍ରକଳ୍ପକୁ ଦେଖିଥିଲେ । ଏହା ବେଦାନ୍ତର ଫ୍ଲାଗସିପ ପ୍ରକଳ୍ପ ଯାହା ମହିଳା ଓ ଶିଶୁ ବିକାଶ ପାଇଁ ଅଙ୍ଗନବାଡ଼ିକୁ ବିକଶିତ କରାଯାଇଛି । ଅନ୍ୟ ଏକ ବର୍ଦ୍ଧିତ ବାସ୍ତବତା କ୍ରୋମା ଲୋକମାନଙ୍କ ପାଇଁ ଷ୍ଟଲ ପରିଦର୍ଶନ କରିବାର ସ୍ମୃତିକୁ ଜୀବନ୍ତ କରି ରଖିଥିଲା ।

ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲା ବେଦାନ୍ତ ଆଲୁମିନିୟମ ପାର୍କର ଭର୍ଦୁଆଲ ଉଦଘାଟନ, ଯାହା ମେଗା ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ାରେ ବିକଶିତ ହେବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ଓ ଶ୍ରୀ ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ-ବେଦାନ୍ତ ଓ ଶ୍ରୀ ରାହୁଲ ଶର୍ମା ସିଇଓ ବେଦାନ୍ତ ଆଲୁମିନିୟମ ଉପସ୍ଥିତ ଥିଲେ। ବେଦାନ୍ତ ଆଲୁମିନିୟମ ପାର୍କ ଭାରତୀୟ ଆଲୁମିନିୟମ ଶିଳ୍ପର ପ୍ରତିଯୋଗିତାମୂଳକ ଧାତୁକୁ ବୃଦ୍ଧି କରିବା ପାଇଁ କଂପାନିର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ ଅଟେ । ଏହି ପାର୍କର ଉତ୍ପାଦ ଗୁଡ଼ିକ ବିଶ୍ବସ୍ତରୀୟ ଚାହିଦା ସୃଷ୍ଟି କରିବ ଓ ବେଦାନ୍ତ ସ୍ମେଲଟରର ଗରମ ଧାତୁରୁ ସେମାନେ ଉତ୍ପାଦ ପ୍ରସ୍ତୁତ କରିପାରିବେ ।

ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ମେକ ଇନ ଓଡ଼ିଶା କନକ୍ଲେଭ ଜୀବନ୍ତ ମେକ୍‌ର ଆଉ ଏକ ସଫଳ ସଂସ୍କରଣ ହୋଇଥିବାରୁ ଆମେ ଆନନ୍ଦିତ । ବେଦାନ୍ତ ଆଲୁମିନିୟମ ପାର୍କର ଉଦଘାଟନ ମାଧ୍ୟମରେ ରାଜ୍ୟ ସହିତ ଆମର ସହଭାଗିତା ପାଇଁ ଆମେ ଆଉ ଏକ ମାଇଲ ଖୁଟ ଯୋଡ଼ିଥିବାରୁ ଏହି ସଂସ୍କରଣ ସ୍ମରଣୀୟ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଆମେ କୃତଜ୍ଞତା ଜଣାଇବାକୁ ଚାହିଁବୁ ତାଙ୍କର ଦକ୍ଷ ସରକାର, ଆମର ଗ୍ରାହକ ଓ ସହଭାଗୀ ଶୁଭେଛୁ ଓ ସବୁ ହୀତାଧିକାରୀ ଆମ ପ୍ରଗତିର ଯାତ୍ରାରେ ଆମ ସହ ଛିଡ଼ା ହୋଇଛନ୍ତି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍‌ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.