ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଭାଗୃହ ଠାରେ ଗୁରୁବାର ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଡିଓ ଉତ୍ତମ କୁମାର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅନେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏବଂ ପୂର୍ବ ବର୍ଷର ବିବରଣୀ ପଠନ ଓ ବିଭିନ୍ନ କାର୍ଯ୍ୟକ୍ରମ କୁ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା। ସମସ୍ତଙ୍କ ମତାମତ ପରେ ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଜାନୁଆରୀ ୧୦ ଓ ୧୧ ଦୁଇ ଦିନ ଧରି ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନ ରୁ ଲୋକେ ଯୋଗଦେଇ ନିଜ ର କଳା ସଂସ୍କୃତି ଆଦି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଅନେକ ଗୁଡ଼ିଏ ଷ୍ଟଲ କରାଯିବା ନେଇ ପ୍ରସ୍ତାବ ଆଗତ ହୋଇଛି। ବୈଠକରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ପର୍ଶୁରାମ ପ୍ରଧାନୀ, ଅଧ୍ୟାପକ ଅଇରୀ ନାଶନ ଚିନ୍ଦା, ପୂର୍ବତନ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ପୁରୁଷୋତ୍ତମ ଗୁପ୍ତା, ଗୋଷ୍ଠୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ସିଡିପିଓ ସରୋଜା ଦେବୀ, ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଅଶ୍ଵିନୀ କୁମାର ପଟ୍ଟନାୟକ, ତ୍ରିଭୁବନ ନାଏକ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଜିତେନ୍ଦ୍ର ପ୍ରଧାନୀ, ରାମଚନ୍ଦ୍ର ପାଣିଗ୍ରାହୀ, ସୁନିଲ ପ୍ରଧାନୀ, ପ୍ରଶାନ୍ତ ସାହୁ, ବିବେକ କୁମାର ଅଗ୍ରୱାଲ, ଅମିତ୍ ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ଚକ୍ରଧର ବେଶ୍ରା, ଜଗଦୀଶ ନାଏକ, ଜଗା ପଟ୍ଟନାୟକ, ହିରଣ୍ୟ ବେହେରା, ଧର୍ମେନ୍ଦ୍ର ଦାସ, ସରତ ରାଉତ, ସନତ ପ୍ରଧାନୀ, କିଶନ ପଟ୍ଟନାୟକ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ, ଅନୁଷ୍ଠାନ ସହ ଅନେକ ବ୍ୟକ୍ତି ବିଶେଷ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ସମାଜ ମଙ୍ଗଳ ଅଧିକାରୀ ଦିପକ କୁମାର ବେହେରା ବୈଠକ କୁ ପରିଚାଳନା କରିଥିଲେ।