କୁଲିଆମାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କୁଲିଆମାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ଉଦଘାଟନୀ ସମାରୋହରେ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଇଓ ଜୟ କୁମାର ମାଝୀ, କୁଲିଆମାଲ ସରପଞ୍ଚ ଯାମିନୀ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଗଉଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ, ପତାକା ଉତ୍ତୋଳନ ଓ ମଶାଲ ଶୋଭାଯାତ୍ରା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରଥମରୁ ଦଶମ ଶ୍ରେଣୀରେ ପଢୁଥିବା ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ୪ଟି ଦଳର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୋଟ ୧୫୦ ରୁ ଉର୍ଦ୍ଧ୍ବ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ନଳିନୀ କୁମାରୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା କ୍ରୀଡ଼ା ଶିକ୍ଷକ ଅଶ୍ୱିନ କୁମାର ସାହୁ ଓ ଶୁଭ୍ରାଂଶୁ ଶେଖର ବେହେରାଙ୍କ ନେତୃତ୍ବରେ ପ୍ରତିଯୋଗିତାଗୁଡ଼ିକ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା।


ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଅଧ୍ୟକ୍ଷା ଡ. ସ୍ନେହଲତା ମହାପାତ୍ର, ସମ୍ମାନିତ ଅତିଥି ଭାବେ କୁଲିଆମାଲ ସରପଞ୍ଚ ଯାମିନୀ ସାହୁ, ସିଆରସିସି ବୈକୁଣ୍ଠ ବେମାଲ ଓ ଏସଏମସି ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଗଉଡ଼ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଗୌରାଙ୍ଗ ଚରଣ ବେଉରା ଓ ଅନିଲ କୁମାର ନାଏକ। ସାଂସ୍କୃତିକ କାର୍ଯକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଉକ୍ତ ଦ୍ବିଦିବସୀୟ ଉତ୍ସବକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ଆଲେକଜାଣ୍ଡର ଫିଲିପ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.