ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆକାଶଛୁଆଁ ଦର ଦେଇ ପନିପରିବା କିଣୁଥିବା ଖାଉଟି ଆସ୍ବସ୍ଥି ଲାଭ କରିଛନ୍ତି। ଏବେ ଅତି କମ୍ ମୂଲ୍ୟରେ ମିଳୁଛି ତାଜା ପନିପରିବା। ଶିତ ଦିନରେ ପନିପରିବା ଦର କମିଥାଏ। ବର୍ତ୍ତମାନ ଗ୍ରାମାଞ୍ଚଳର ହାଟ ବଜାରମାନଙ୍କରେ ଟମାଟୋ ଓ ବାଇଗଣ ୭ରୁ ୧୦ ଟଙ୍କା, ଫୁଳକୋବି ୧୫ରୁ ୨୦ ଟଙ୍କା, ଗାଜର ଓ କଞ୍ଚା ମଟର ୩୦ ରୁ ୪୦ ଟଙ୍କା, ଝୁଡୁଙ୍ଗ ଓ ପତ୍ରକୋବି ୧୫ରୁ ୨୦, କଞ୍ଚାଲଙ୍କା ୩୦ ଟଙ୍କା, ଅଦା ପ୍ରକାର ଅନୁସାରେ ୩୦ ରୁ ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହାବାଦ୍ ବିଭିନ୍ନ ପ୍ରକାରର ସାଗ ମଧ୍ୟ ଶସ୍ତାରେ ମିଳୁଛି। ଆଗକୁ ଏହି ଦର ଆହୁରି କମିବାରେ ସମ୍ଭାବନା ରହିଛି। ପନିପରିବା ଦର ପୂର୍ବାପେକ୍ଷା ଖସିଥିବାରୁ ଖାଉଟି ଖୁସି ଥିବାବେଳେ ଅତି କଷ୍ଟରେ ଫସଳ ଉପୁଜାଉଥିବା ଚାଷୀ କିନ୍ତୁ ଦୁଃଖର ରହିଛି। ସେ ତା’ର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିନପାରି ବ୍ୟବସାୟୀଙ୍କ ହାତକୁ ଅତି କମ୍ ମୂଲ୍ୟରେ ଟେକି ଦେଉଛି।