ତ୍ରିକୋଣିୟ ପ୍ରେମରୁ ହତ୍ୟା, ନାବାଳକ ସହ ୪ ଗିରଫ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ତ୍ରିକୋଣିୟ ପ୍ରେମର କରୁଣ ପରିଣତି। କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା ଏଭଳି ଏକ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ। ସୁଚନା ଅନୁଯାୟୀ ଗତ ୧୮ ତାରିଖରେ ପୋଲକାମୁଣ୍ଡା ଗ୍ରାମର ଦିଲିପ ବାଗ ନାମକ ଜଣେ ୧୭ ବର୍ଷୀୟ କଲେଜ ଛାତ୍ର  ନିଖୋଜ ଥିବା ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା। ଏ ନେଇ ଜୟପାଟଣା ପୋଲିସ ତତ୍ପରତା ଦେଖେଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣି ଥିଲା। ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝି ଓ ନାବାଳକ ଡାକ୍ତର ନାଏକ ତ୍ରିକୋଣିୟ ପ୍ରେମରୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଜଣେ ଝିଅକୁ ମୃତ ଦିଲିପ ବାଗ ଏବଂ ମୋହନ ମାଝି ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବା ସହ ହତ୍ୟାର ରୂପ ନେଇଥିଲା। ୧୮ ତାରିଖ ଦିନ ଏକ ନାଳାକୁ ଡ଼ାକି ନେଇ ହତ୍ୟା କରିଥିବା ସୁଚନା ମିଳିଛି। ନିକଟସ୍ଥ ଦରଲି ପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲିପ ବାଗକୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ପରଦିନ ନଦୀ ରେ ଫୋପାଡି ଦେଇଥିଲେ। ଏହାର ତଦନ୍ତ କାରି ଦଳରେ ଅନିଲ କୁମାର ପାଢ଼ୀ, ଏସ୍ଆଇ ବିନୟ କୁମାର ବାଗ, ବିପିନ କୁମାର ଝରିଆ ତ୍ରୀସେନ୍ଦ୍ର ପାତ୍ର, ହାବିଲଦାର ନାକୁ ନାଏକ, କନେଷ୍ଟବଳ ଗୋତମ ଆଗୁପୁତ୍ର ଏବଂ ହୋମ୍ ଗାର୍ଡ ପବିତ୍ର ନାୟକ ପ୍ରମୁଖ ଟିମ୍ ୱର୍କରେ କାମ କରି ସାତ ଦିନରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ତେବେ ଶନିବାର ଆଜି ମୁଖ୍ୟ ଅଭିଯୁକ୍ତ ସହ ତିନି ଜଣ ମିଶାଇ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.