ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ୍: ନଗଦ ଟଙ୍କା ସହ ମାରଣାସ୍ତ୍ର ଓ ଚୋରି ମୋଟରସାଇକେଲ ଜବତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ୬ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ୍। ଏନେଇ ବାଲିଗୁଡ଼ା ଏସଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ନଗଦ ଏକଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଛୁରୀ, ଦୁଇଟି ମୋବାଇଲ୍ ସମେତ ଗୋଟିଏ ଚୋରି ମୋଟର ସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛି ପୋଲିସ୍। ପୁର୍ବରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ତିନି ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ପୋଲିସ୍। ସୂଚନା ପ୍ରକାରେ ଗତ ୨୦୨୨ ମସିହା ନଭେମ୍ବର ମାସରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ନିକଟସ୍ଥ ମା’ବରାଳ ଦେବୀ ପେଟ୍ରୋଲ ପମ୍ପର ମ୍ୟାନେଜର ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯିବା ସମୟରେ ତୁମୁଡ଼ିବନ୍ଧ କଲେଜ ନିକଟରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହାପରେ ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖରେ ପୁଣିଥରେ ବିଳମ୍ବିତ ରାତିରେ ଜଲେଶପଟ୍ଟା ସ୍ଥିତ ସେହି ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ପହଁଚି କର୍ମଚାରୀଙ୍କୁ ମାଡ଼ ମାରି ଭଙ୍ଗାରୁଜା କରିବା ସହ କିଛି ଟଙ୍କା ସମେତ ଏକ ମୋଟର ସାଇକେଲ ଲୁଟି ନେଇଥିଲେ। ଏହାପରେ ଫେବୃଆରୀ ୮ତାରିଖ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟିରେ ରାସ୍ତାରେ କାଠ ଓ ପଥର ପକାଇ ଏକ ଟ୍ରକ୍ ଅଟକାଇ ଟ୍ରକ୍ ଡ଼୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଡ୍ରାଇଭର ଓ ଟ୍ରକରେ ଆସୁଥିବା ଜଣେ ଶିକ୍ଷକଙ୍କୁ ମାଡ଼ ମାରି ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ସମସ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିଲା ସ୍ବତନ୍ତ୍ର ଟିମ୍।

Udyog Nursery
Udyogi Nursery

ଡକାୟତି ଗ୍ୟାଙ୍ଗ୍ କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ୍। ଫଳ ସ୍ବରୂପ ପୂର୍ବରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ପୁଣି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍। ଗିରଫ ଦୁଇ ଯୁବକ ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ରିଚାର୍ଡ ନାୟକ ଓ ପ୍ରିୟ ମଣ୍ଡଳ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.