ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଜୋଡି ହାଇସ୍କୁଲ ଠାରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି। ୟଙ୍ଗ ଷ୍ଟାର କ୍ଲବ ତିଳଯୋଡିର ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ମୁଖ୍ୟ ବକ୍ତା ତିଳଯୋଡି ପ୍ରଧାନ ଶିକ୍ଷକ ବିଜୟାନନ୍ଦ ହୋତା, ସମ୍ମାନିତ ଅତିଥି ଶ୍ରୀ ଭୁବନ ହରି ପ୍ରଧାନ, ବିଶ୍ୱଜିତ ନାୟକ, ସୁରେନ୍ଦ୍ର ଦାସ, ପ୍ରୀତି ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ବିଜ୍ଞାନ ଦ୍ୱାରା ସମାଜ କେତେ ସୁଦ୍ଧୃଢ଼ ହୋଇଛି ସେ ନେଇ ମତ ପ୍ରକାଶ କରିଥିଲେ। ସେହିପରି ବିଜ୍ଞାନର ସଠିକ ପରିଚାଳନା ସହ ତା’ର ସଠିକ ବିନିଯୋଗ ଅଧିକରୁ ଅଧିକ ଲାଭବାନ ହେଇ ପରିବା ବୋଲି କହିଥିଲେ। ବିଜ୍ଞାନକୁ ଯଦି ଆମେ ଭୁଲ ରାସ୍ତାରେ ନେବା ତେବେ ଆମର ଆଗାମୀ ଦିନର ପିଢ଼ି ପାଇଁ ତାହା ବହୁତ କ୍ଷତିରେ ପକାଇବ ବୋଲି ମୁଖ୍ୟ ବକ୍ତା କହିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ବେଛାସେବୀ ଯଶୋବନ୍ତ ରଣା ପରିଚାଳନା କରିଥିବା ବେଳେ ଡୋଳେଶ୍ୱର ମାଝୀ, ନିରୁପମା ଦୁର୍ଗା, ପପୁ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ।