ରଣମାଲ ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସେବା ସମବାୟ ସମିତିର ସଭାପତି କାର୍ତ୍ତିକ ସହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସମବାୟ ସମିତିର ସଭାପତି ଗିରିଶ ଚନ୍ଦ୍ର ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ତଥା ପ୍ରାଥମିକ ସମବାୟ ସମିତି ର ସଭ୍ୟ ମାନସ ରଞ୍ଜନ ବାଗ, ଡିଆରସିଏସ ପ୍ରମୋଦ କୁମାର ସାହୁ, ଏଆରସି, ଏସ୍ ବିଶ୍ଵାମିତ୍ର ସିଂ, ବିସିସିବି ଜୟପାଟଣା ବ୍ୟାଙ୍କ ଶାଖା ପରିଚାଳକ ସୁବାଷ ସତପଥି, ପୁର୍ବତନ ସଭାପତି ସୁଧିର କୁମାର ପଣ୍ଡା ଓ ରଣମାଲ ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ସଭ୍ୟ ସଭ୍ୟା ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଏବଂ ସେବା ସମବାୟ ସମିତି ଅଞ୍ଚଳର ଚାଷୀ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି  ବେହେରା ଚାଷୀଙ୍କ ସମସ୍ୟା ପଚାରି ବୁଝି ତାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଣେ ଚାଷୀ ସମବାୟ ସମିତି ରେ କିଭଳି ସଦସ୍ୟ ହୋଇ ସୁବିଧା ପାଇପାରିବେ ସେ ସମ୍ପର୍କରେ ବୁଝେଇ ଥିଲେ। ପ୍ରତ୍ୟେକ ଚାଷୀ ସମବାୟ ସମିତି ରେ ସଦସ୍ୟ ପାଇଁ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲେ, ଏଥି ସହିତ ଗ୍ରାମର ଚାଷୀ ମାନଙ୍କୁ ନିଜ ଗ୍ରାମର ମହାଜନ ଠାରୁ ମାସିକ ଦୁଇ ଟଙ୍କା ସୁଧହାରରେ ନ ଆଣି ବ୍ୟାଙ୍କରୁ କମ୍ ସୁଧହାରରେ ୠଣ ନେବା ପାଇଁ କହିଥିଲେ ମହିଳା ମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣନେଇ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟ କରି ନିଜ ନିଜର ଜୀବିକା ନିର୍ବାହ ପାଇଁ କହିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ମିଳିପାରିବ ବୋଲି ଶ୍ରୀ ବେହେରା ଆଲୋକ ପାତ କରିଥିଲେ ପରିଶେଷରେ ରଣମାଲ ପ୍ରାଥମିକ ସମବାୟ ସମିତି ସଭାପତି ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ ଚାଷୀ ଓ ଏସ୍ଏସ୍ଏଚଜିର ସମସ୍ତ ମହିଳାଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.