ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ପୋଲିସ କେଶ ନଂ ୬୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କିଷାନ ମାଝୀଙ୍କୁ କୋର୍ଟକୁ ଚଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ କିଷାନକୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଥାନା ଓଡ଼ିଆମୁଣ୍ଡା ଗାଁର କିଷାନ ମାଝୀ (୨୧) ନାମକ ଜଣେ ଯୁବକ ସଇଁତଲା ଅଞ୍ଚଳର ଏକ ଗାଁର ନାବାଳିକା ଯୁବତୀଙ୍କୁ ଅପହରଣ କରି କୁଆଡେ ନେଇଯାଇଛି ବୋଲି ଝିଅର ବାପା ସଇଁତଲା ଥାନା ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସଆଇ ସଂଗୀତା ବେକ ଘଟଣାର ତଦନ୍ତ ଚଲାଇଥିବା ଜଣାଯାଇଛି। ପୋଲିସ ଉଭୟଙ୍କୁ ଡାକ୍ତରୀମାଇନ କରି ଯୁବକଙ୍କୁ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.