ଦେପୁରର ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ 5T ରେ ସାମିଲ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଦ୍ୟାଳୟର ମେଣ୍ଟର ଡ଼. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକର ଶ୍ରୀ ଧବଳେଶ୍ୱର ଉଚ୍ଚ ବିଦ୍ୟାପିଠ ଦେପୁରକୁ ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିବାରୁ ଉକ୍ତ ବିଦ୍ୟାଳୟର ମେଣ୍ଟର କବି ଡ଼. ଭବାନୀ ଶଙ୍କର ନିଆଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, 5T ସଚିବ ଏବଂ ଜିଲ୍ଲାପାଳ କଳାହାଣ୍ଡିଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଧବଳେଶ୍ୱର ଉଚ୍ଚ ବିଦ୍ୟାପିଠ ଦେପୁର ୧୯୮୯ ରେ ସ୍ଥାପିତ ହୋଇଥିଲେ ହେ ଏଠାରେ ଫିଜିବିଲିଟି ନ ଥିବା କାରଣରୁ ତୃତୀୟ ପର୍ଯ୍ୟାୟରେ 5T ରେ ଆସିପାରି ନ ଥିଲା । ବର୍ତ୍ତମାନ ଦେପୁରକୁ ଚତୁର୍ଥ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଡ଼. ଭବାନୀ ଶଙ୍କର ନିଆଲ ମାନ୍ୟବର ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ଦ୍ୱାରା ଏ ଅଞ୍ଚଳର ପାଖାପାଖି ୨୦ ଟି ଗାଁର ଛାତ୍ରଛାତ୍ରୀ ଉପକୃତ ହେଇ ପାରିବେ । ଏହା ସହ ସେ ସ୍ଥାନୀୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ୨୦୨୧ରେ ଡ଼. ନିଆଲ ଦେପୁର ଏବଂ କର୍ଲାପଡା ହାଇସ୍କୁଲକୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗୀକାର କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.