ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ତଦନ୍ତ ନ ହେଲେ ହେବ ଆନ୍ଦୋଳନ ! 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭତାସର ଗାଁରେ ଅଙ୍ଗନୱଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି | ଏ ନେଇ ଆଶାୟୀ ପ୍ରାର୍ଥୀନୀ ପ୍ରିୟା ସାହୁ, ଗୀତାଞ୍ଜଳି ନାଏକ, ସସ୍ମିତା ବାଗ, ସାରଥୀ ରଣା ପ୍ରମୁଖ ବଲାଙ୍ଗୀର ଜିଲ୍ଲାପାଳ ଏବଂ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି | ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି l ଅଭିଯୋଗରୁ ପ୍ରକାଶ ଯେ, ଏହି ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧୀନସ୍ଥ ଗଣ୍ଡପତ୍ରାପାଲି ପଞ୍ଚାୟତର ଅଙ୍ଗନବାଡି କର୍ମୀ ପଦବୀ ପାଇଁ ଦୀର୍ଘ ଦିନରୁ ଖାଲି ପଡିଥିବା ବେଳେ ଏହି ପଦବୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୭ ଜଣ ପ୍ରାର୍ଥୀନୀ ଅନଲାଇନ ଯୋଗେ ଆବେଦନ କରିଥିଲେ ପରେ କାଗଜପତ୍ର ତନଖି ସମୟରେ ଜଣେ ପ୍ରାର୍ଥୀନୀ କେବଳ ତାଙ୍କ ମାଟ୍ରିକ ମାର୍କସିଟ, ସାର୍ଟିଫିକେଟ ପ୍ରଦାନ କରିଥିଲେ | ଉଚ୍ଚତର ଶିକ୍ଷା ନେଇ କୌଣସି ପ୍ରମାଣପତ୍ର ଦାଖଲ କରି ନ ଥିବାରୁ ଚୟନ କମିଟି ତାଙ୍କ ଆବେଦନ ରଦ୍ଦ କରିଥିଲେ | ପରେ ପୁଣି ତାଙ୍କୁ ଚାକିରୀ ପ୍ରଦାନ ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହେଉଛି l ଅନ୍ୟପଟେ ରଦ୍ଧ କରାଯାଇ ଥିବା ପ୍ରାର୍ଥୀନୀକୁ ପୁଣି କାହିଁକି ନିଯୁକ୍ତି ଦିଆଯାଉଛି ବୋଲି ଆଶାୟୀ ପ୍ରାର୍ଥୀନୀ ମାନେ ଅଭିଯୋଗ ଉଠାଇଛନ୍ତି | ଏ ନେଇ ଯେଉଁ ତାରିଖରେ ଉକ୍ତ ପ୍ରାର୍ଥୀନୀ ପ୍ରଥମେ ଅନଲାଇନ କଲେ ତାହା ସର୍ବସାଧାରଣରେ ପ୍ରକାଶ ସହ କଣ କଣ ଦାଖଲ କରିଥିଲେ ସେ ସବୁ କମ୍ପ୍ୟୁଟର ଖୋଲି ଆଶାୟୀ ପ୍ରାର୍ଥୀନୀ ତଥା ଜନସାଧାରଣଙ୍କୁ ପ୍ରଦର୍ଶନ କରାଯାଉ ବୋଲି ଦାବି ହେଉଛି | ଏ ସମ୍ପର୍କରେ ସଇଁତଲା ସିଡିପିଓ ସବିତା ଦାଶଙ୍କୁ ପଚାରିବାରୁ କୌଣସି ଅନିୟମିତତା ହୋଇ ନ ଥିବା ପ୍ରକାଶ କରିଛନ୍ତି | ଅନ୍ୟପକ୍ଷରେ ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ନ ନେଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଆଶାୟୀ ପ୍ରାର୍ଥୀନୀଙ୍କ ଅଭିଭାବକ ତଥା ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.