ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ର ୪ ଜଣ ଛାତ୍ରଛାତ୍ରୀ ଯଥା ଏ. ଜ୍ୟୋଶ୍ନା, ଶୁଭଶ୍ରୀ ସ୍ୱାଇଁ, ପ୍ରିୟାଂଶୁ ଆଚାର୍ଯ୍ୟ, ରାଜଶେଖର ବେହେରା ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ଜି-୨୦ ଆନ୍ତର୍ଜାତୀୟ ସମ୍ମିଳନୀ ରେ ଯୋଗଦାନ କରିଥିଲେ l ଏହି ଛାତ୍ରଛାତ୍ରୀଙ୍କ ସହିତ ଲେଫ୍ଟନାଣ୍ଟ ଉଦୟ ନାଏକ ଇଂରାଜୀ ଅଧ୍ୟାପକ ତଥା ଏନ ସି ସି ଅଧିକାରୀ ବିଭିନ୍ନ ଆଲୋଚନା ରେ ଯୋଗଦେଇଥିଲେ l ରାୟଗଡା ଜିଲ୍ଲାକୁ ପ୍ରତିନିଧିତ କରି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜ୍ୟ ରାଜଧାନୀରେ ରାୟଗଡା ଜିଲ୍ଲାକୁ ଗୌରବାନ୍ୱିତ କରିଛି l ସୂଚେଇଦେବାକୁ ଚାହୁଁ ଯେ ରାୟଗଡା ଜିଲ୍ଲାର ଏକମାତ୍ର ମହାବିଦ୍ୟାଳୟ ରାୟଗଡା ଏହି ଖ୍ୟାତି ସମ୍ପର୍ଣ୍ଣ ସମ୍ମିଳନୀ ରେ ଯୋଗଦେଇଥିଲା l ବିଦେଶରୁ ଆସିଥିବା ନିମନ୍ତ୍ରିତ ଅତିଥିମାନଙ୍କ ସହ ରାୟଗଡା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଆଲୋଚନା ରେ ଭାଗ ନେଇଥିଲେ l ଛାତ୍ରଛାତ୍ରୀ ଙ୍କର ଅଂଶଗ୍ରହଣ କରିବାର ଆଗ୍ରହ ଦେଖି ଆୟୋଜକ ଉଚ୍ଚପ୍ରସଂଶା କରିଥିଲେ l

ଏହି ଅନ୍ତର୍ଜାତୀୟ ସମିଳନ୍ନୀ ଚଳିତ ମାସ ଅପ୍ରେଲ ୨୨ତାରିଖରୁ ୨୬ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଅତି ଚିତାକର୍ଷକ ଭାବେ ଆୟୋଜନ କରାଯାଇଥିଲା l ଆଜି ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ଗନ୍ତାୟତ ଛାତ୍ରଛାତ୍ରୀ ଓ ଲେଫ୍ଟନାଣ୍ଟ ଉଦୟ ନାଏକ କୁ ନିଜ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l





