ରାୟଗଡ଼ା ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଜି ସମଗ୍ର ଭାରତରେ ଜି-୨୦ ଆଧାରିତ ଏଲ୍‍-୨୦ ଗୋଟିଏ ବିଭାଗ ପର୍ଯ୍ୟାବରଣର ସଚେତନ ପାଇଁ କେନ୍ଦ୍ର ନିଷ୍ପତ୍ତି କ୍ରମେ ସମଗ୍ର ସମାଜକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେପର୍ଯ୍ୟାବରଣ ମଞ୍ଚ ଓଡିଶା ପ୍ରାନ୍ତର ରାୟଗଡ଼ା ଜିଲ୍ଲା ସାଖା ପକ୍ଷରୁ ପ୍ଲାଷ୍ଟିକ୍‍ର ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପରିବା ଏବଂ ମାଛ ବଜାର ଏବଂ ସହରର ସମସ୍ତ ବଜାରରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟାବରଣ ମଞ୍ଚ ର ସଂଯୋଜକ ଶ୍ରୀ ଗଣେଶ କୁମାର ସାହୁଙ୍କ ସହଯୋଗ ରେ ସମସ୍ତ ଦୋକାନ ମାନଙ୍କ ନିକଟରେ ପହଞ୍ଚି ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିବା ସହ କପଡା ବ୍ୟାଗ ବଣ୍ଟନ କରି ସମସ୍ତେ ସର୍ବନିମ୍ନ ଗୋଟିଏ ଗଛ ଲଗାଇ ତାର ଯନ୍ତ୍ର ନେବା ପାଇଁ ଅନୁରୋଧ କରିଥିଲେ। ବଜାରକୁ ଯିବା ସମୟରେ କପଡା ବ୍ୟାଗ ବ୍ୟାଗ୍‍ ଧରି ମାର୍କେଟିଙ୍ଗ୍‍ କରିବାକୁ ଯିବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମ ଅନୁଷ୍ଠାନ ର ରାଜ୍ୟ ସଂରକ୍ଷକ ବାଦଲ କୁମାର ତା , ବିଶ୍ବ ହିନ୍ଦୁ ପରିଷଦ ର ଗୈାର ଚନ୍ଦ୍ର ନାୟକ , ଗାୟତ୍ରୀ ପରିବାର ରୁ ପ୍ରଳୟ କୁମାର ସାହୁ ଯୋଗ ଦେଇ ଜନସାଧାରଣ ସଚେତନ ହେବା ସହ ସର୍ବନିମ୍ନ ଗୋଟିଏ ଉଚ୍ଚ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ମହନ ରାଓ ମାଝୀ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ରଞ୍ଜନ କୁମାର ସାହୁ , କୁମାରୀ ବାଡତ୍ୟା , ବିଶ୍ଵକର୍ମା ମଜଦୁର ସଂଘ ର କେ କେ ଜେନା , ସୁଦର୍ଶନ ନାୟକ , ଗୋବିନ୍ଦ ପ୍ରସାଦ କାନୁ , ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.