କର୍ଣ୍ଣାଟକରୁ ଆରଏସଏସକୁ ହଟାଇଲା କଂଗ୍ରେସ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କର୍ଣ୍ଣାଟକ ପାଠ୍ୟକ୍ରମରୁ ହଟିଲା ଆରଏସଏସ ଓ ହିନ୍ଦୁତ୍ୱବାଦୀ ନେତାଙ୍କ ସମ୍ପର୍କିତ ପାଠ। ପୂର୍ବ ବିଜେପି ସରକାର ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଆରଏସଏସ ପ୍ରତିଷ୍ଠାତା କେବି ହେଡଗେୱାର,ବୀର ସଭରକର ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ବାଦ ଦିଆଯାଇଛି। ସେପଟେ ସମାଜ ସଂସ୍କାରକ ସାବିତ୍ରୀ ଫୁଲେ, ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମ୍ପର୍କିତ ପାଠ୍ୟକ୍ରମକୁ ପୁଣିଥରେ ସାମିଲ କରାଯାଇଛି। ପୂର୍ବ ବିଜେପି ସରକାର ସମୟରେ ପାଠ୍ୟକ୍ରମରେ ବହୁ ପରିବର୍ତ୍ତନ କରାଯିବା ସହ ଶିକ୍ଷାକୁ ଗୈରିକରଣ କରିବାକୁ ଉଦ୍ୟମ କରାଯିବା ଅଭିଯୋଗ ହୋଇଥିଲା। ଯାହାକୁ କର୍ଣ୍ଣାଟକର ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକେ ବିରୋଧ କରିଥିଲେ।କଂଗ୍ରେସ ଶାସନକୁ ଆସିଲେ ଏ ସବୁ ପରିବର୍ତ୍ତନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଯାହାକି ଏବେ ପ୍ରତିଫଳିତ ହେବା ଆରମ୍ଭ କରିଛି। ବର୍ତ୍ତମାନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ପିଲାଙ୍କୁ ବହି ଦିଆସରିଛି। ତେଣୁ ପରିବର୍ତ୍ତିତ ପାଠ୍ୟକ୍ରମକୁ ନେଇ ଅତିରିକ୍ତ ବହି ଶିକ୍ଷକ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିସହିତ ଆସନ୍ତା ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ ଏକ କମିଟି ତିଆରି କରାଯିବା ସହ କମିଟି ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ରିଭିଜନ କରାଯାଇ ପୁସ୍ତକ ପ୍ରସ୍ତୁତ ହେବ। କର୍ଣ୍ଣାଟକ କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ନିଆଯିବା ସହ ଆଉ ଏକ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି। କର୍ଣ୍ଣାଟକର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣନୁଦାନପ୍ରାପ୍ତ ସ୍କୁଲ ଓ କଲେଜରେ ସମ୍ବିଧାନର ମୁଖବନ୍ଧ ପଢିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତିଦିନ ପିଲାମାନେ ସ୍ରୁଲ ଏବଂ କଲେଜରେ ସମ୍ବିଧାନର ମୁଖବନ୍ଧ ପଢିବେ। ସମ୍ବିଧାନର ମୂଳତତ୍ୱ, ସ୍ୱାଧୀନତା ସଂଗ୍ରାମ, ସମ୍ବିଧାନ ପ୍ରଣୟନର ଉଦେଶ୍ୟ ଆଦି ପିଲାମାନଙ୍କୁ ଜଣାଇବା ଏହାର ଉଦେଶ୍ୟ ବୋଲି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଏଚ ସି ମହାଦେବପ୍ପା କହିଛନ୍ତି। ସବୁ ବର୍ଗ ମଧ୍ୟରେ ଭାଇଚାରା ରକ୍ଷା ଓ ଦେଶ ଗଠନ ଦିଗରେ ଯୁବପୀଢ଼ିଙ୍କୁ ଏହା ଅନୁପ୍ରାଣିତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ସମ୍ବିଧାନ ମୁଖବନ୍ଧର ଏକ ତୈଳ ଚିତ୍ର ରଖିବାକୁ ନିର୍ଦେଶ ଦିଆଯାଇଛି। ତେଣୁ ପାଠ୍ୟପୁସ୍ତକ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ରେ ରାଜନୈତିକ ଲଢେଇ ତୀଵ୍ର ରୂପ ଧାରଣ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.