ବିଜୟାନନ୍ଦ ପବ୍ଲିକ୍ ସ୍କୁଲ ଗୋଲାମୁଣ୍ଡାଠାରେ ସେବା ଓ ସେବକ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲ ଠାରେ ସେବା ଓ ସେବକ ସପ୍ତାହ ପାଳିତ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟ ତିଥି ପାଳନ ଉପଲକ୍ଷେ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରିୟବ୍ରତ ସିପକା ସଭାପତିତ୍ଵ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ଓ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ କୁମାର ପରିଡ଼ା, ମୁଖ୍ୟ ବକ୍ତା ଭାବେ ଦୈନିକ ଖବର କାଗଜ ସମାଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହନୀୟ ଗୁଣ ବିଷୟରେ ଆଲୋଚନା କରିଥିଲେ । ସମାଜର କେଗାଁ ପ୍ରତିନିଧି ନିଧି କୁମାର ପଟେଲ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ଉତ୍କଳମଣିଙ୍କ ଫଟୋ ଚିତ୍ର ଅଙ୍କନ ପ୍ରତିଯୋଗିତାରେ ବିପ୍ଳବ ସୁନାନୀ ପ୍ରଥମ, ଆୟେଶା ରାଉତ ଦ୍ଵିତୀୟ, ମାଥ୍ୟୁ ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ଆୟୁଷ ମୁଣ୍ଡ, ଦ୍ଵିତୀୟ ରୋଶନୀ ମହାନନ୍ଦ ଓ ତୃତୀୟ ସ୍ଥାନରେ ଲୋହିତ ଅଘ୍ରିଆ ଓ ପ୍ରଜ୍ଞା ପରିମିତା ପ୍ରଧାନୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସ୍କୁଲ ଅଧ୍ୟକ୍ଷ ଅମର ନାଏକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପାଧ୍ୟକ୍ଷା ଅଳକା କେଶରୀ, ଶିକ୍ଷକ ବିରେନ୍ଦ୍ର ସେନାପତି, ଗୁଣନିଧି ରାଉତ, ଶମ୍ଭୁନାଥ ମେହେର, ରାଜେଶ ସା, ସସ୍ମିତା ସାଗର,ଉମା ଦୁରିଆ, ହର୍ଶବତି ବେହେରା,ବିକାଶ ମଙ୍ଗରାଜ, ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.