ରୂପାନ୍ତରଣ ହେବ ମା ମଝିଘରିଆଣୀ ମନ୍ଦିର; ୩୦ଦିନ ମଧ୍ୟରେ ପ୍ରସ୍ତୁତ ହେବ ଡିପିଆର

ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଲେ ମନ୍ଦିର ଟ୍ରଷ୍ଟ ବୋର୍ଡ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ହେବ ରୂପାନ୍ତରଣ । ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଦୀର୍ଘ ଦିନର ବିବାଦର ଅନ୍ତ ଘଟାଇ ମନ୍ଦିର ଚର୍ତୁପାଶ୍ୱର୍ରେ ଥିବା ୬ ଏକର ୩୦ଡିସିମିଲ ରେଳବାଇ ଜାଗାକୁ ମା ମଝିଘରିଆଣୀ ମନ୍ଦିରକୁ ହସ୍ତାନ୍ତର କରାଯିବ ବୋଲି ଗତକାଲି କ୍ୟାବିନେଟ୍ ବୈଠକରେ ଘୋଷଣା ହେବା ପରେ ରାୟଗଡା ସହରବାସୀ ତଥା ମାଁଙ୍କ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ଆଜି ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରାଇସିଂ ବିିଡିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡ ସଭ୍ୟ ରାଧାକୃଷ୍ଣ ଦଳେଇ, ଇପିିଲି ସନ୍ୟାସି ରାଜୁ, ଦେବେନ୍ଦ୍ର ବେହେରାଙ୍କ ସମେତ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ୍ ବେହେରା, ତହସିଲଦାର ତାପସ ରାଉତ ପ୍ରମୁଖ ମଂଚାସୀନ ହୋଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଗତ ୭ତାରିଖରେ ରାୟଗଡା ଗସ୍ତରେ ଆସି ମା ମଝିଘରିଆଣୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସଚିବଙ୍କୁ ମନ୍ଦିରର ଅନେକ ପ୍ରସଙ୍ଗ ସହ ମନ୍ଦିର ଚର୍ତୁପାଶ୍ୱରେ ଥିବା ରେଳବାଇ ବିଭାଗର ୬ଏକର ୩୦ସେଂଟ ଜମିକୁ ମନ୍ଦିରକୁ ହସ୍ତାନ୍ତର କରିବାକୁ ଉଭୟ ରେଳବାଇ ଓ ରାଜ୍ୟ ସରକାର ସ୍ୱୀକୃତି ଦେବା ପାଇଁ କୁହାଯାଇଥିଲା । ମାତ୍ର ଉକ୍ତ ଜମିକୁ ମାଁଙ୍କ ନାମରେ ରେକର୍ଡ କରିବା ପାଇଁ ସରକାରୀ ନିୟମାନୁସାରେ ଦେୟ ପରିମାଣ ଟଙ୍କା ସଂପୂର୍ଣ୍ଣ ଛାଡ କରିବା ପାଇଁ ସଚିବଙ୍କୁ ଟ୍ରଷ୍ଟ ବୋର୍ଡ ତରଫରୁ ଅନୁରୋଧ କରାଯାଇଥିଲା ।

Udyog Nursery
Udyogi Nursery

ମନ୍ଦିରର ଆବଶ୍ୟକତାକୁ ଉପଲବ୍ଧ କରି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଉକ୍ତ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସରକାରୀ ନିୟମ ପ୍ରକାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଉ ସେହି ପ୍ରତିଶୃତିକୁ ପାଳନ କରିଛନ୍ତି ୫ଟି ସଚିବ ବୋଲି ଶ୍ରୀ ବିଡିକା ପ୍ରକାଶ କରିଛନ୍ତି । ଗତକାଲି ବସିଥିବା କ୍ୟାବିନେଟ୍ ବୈଠକରେ ରେଳବାଇ ଜାଗାର ସରକାରୀ ଦେୟ ଟଙ୍କାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଛାଡ କରିଛନ୍ତି । ଏଥିପାଇଁ ମାଁଙ୍କ ସମସ୍ତ ଶ୍ରଦ୍ଧାଳୁ ତଥା ରାୟଗଡାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଅଶେଷ କୃତଞତା ଞାପନ କରିଛନ୍ତି ବୋଲି ଶ୍ରୀ ବିଡିକା କହିଛନ୍ତି । ସେହିପରି ସରକାର ମନ୍ଦିରର ରୂପାନ୍ତରଣ ପାଇଁ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଏକ ମାସ ମଧ୍ୟରେ ପ୍ରସ୍ତୁତ କରାଯାଇ ଯଥାଶୀଘ୍ର ପଠାଯିବ ବୋଲି ଶ୍ରୀ ବିଡିକା କହିଛନ୍ତି । ମନ୍ଦିରର ଭିତିଭୂମିର ଉନ୍ନତିକରଣ, ବିଭିନ୍ନ ଯୋଜନା ମନ୍ଦିର ପରିସରରେ କାର୍ଯ୍ୟକାରି କରିବା ପାଇଁ ୫ଟି ସଚିବଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅବଗତ କରାଯାଇଥିଲା । ତେଣୁ ପ୍ରସ୍ତାବିତ ଯୋଜନା ଗୁଡିକ କାର୍ଯ୍ୟକାରୀ କରିା ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କଲେ ମନ୍ଦିର ପରିଚାଳନା କମିଟି, ଜନସାଧାରଣ ଏବଂ ଓଡିଶା ତଥା ଓଡିଶା ବାହାରରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁମାନେ ଉପକୃତ ହେବେ ବୋଲି ଶ୍ରୀ ବିଡିକା ପ୍ରକାଶ କରିଥିଲେ ।

ସେହିପରି ଗତକାଲି ସଂଧ୍ୟାରେ ରାୟଗଡାର ପ୍ରମୁଖ ଆଧ୍ୟାମିକସ୍ଥଳୀ ମା’ ମଝିଘରିଆଣୀ ମନ୍ଦିରର ଭିତିଭୂମି ବିକାଶ ପାଇଁ ୬ଏକର ୩୦ସେଂଟ ଜମି ଲିଜ ଆକାରରେ ପ୍ରଦାନ କରାଯିବା ନେଇ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଥିବା ଏବଂ ରାଜ୍ୟ ସରକାର ପ୍ରିମିୟମ ଓ ଇନ୍ସିଡେଂଟାଲ ଚାର୍ଜ ମଧ୍ୟ ଛାଡ କରିଥିବାରୁ ଗତକାଲି ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଘୋଷଣା କରିଥିଲେ । ମାଁଙ୍କ ନାମରେ ଏହି ମନ୍ଦିର ଜମି ଲିଜ ଆକାରରେ ମିଳିଥିବାରୁ ମନ୍ଦିରର ଭିତିଭୂମି ସୁଦୃଢ ହୋଇପାରିବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.