ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ବାରା ୨ ଦିନିଆ ଉଇକିମାନିଆ ମେଳଣ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଭୁବନେଶ୍ବରରେ ଓଡ଼ିଆ ଉଇକିଆଳିଙ୍କ ଦ୍ବାରା ଉଇକିମାନିଆ ମେଳଣ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ବାରା ଆୟୋଜିତ ଉଇକିମାନିଆର ଏହା ଏକ ଆଂଚଳିକ ସଂସ୍କରଣ ଭାବରେ ଅନୁଷ୍ଠିତ ହୋଇଥିଲା, ଯେଉଁଥ୍‌ରେ ଓଡ଼ିଶାର ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥବା ଏହି ମେଳଣରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଓ ସାନ୍ତାଳୀ ଉଇକିପିଡ଼ିଆରୁ ରାମଜିତ ଟୁଡୁ ଓ ଦୁର୍ଗା ସୋରେନ୍ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆ ଜରିଆରେ ଓଡ଼ିଆ ଭାଷା ତଥା ସଂସ୍କୃତି ଲୋକଲୋଚନକୁ ଆଣିବା ସହିତ ସାନ୍ତାଳୀ ଉଇକିଆଳିଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଆ ଉଇକିପିଡ଼ିଆ ପ୍ରଥମ ଦକ୍ଷିଣ ଏସିୟ ଭାଷା ଭାବରେ ୨୦୦୨ ମସିହାରେ ଆରମ୍ଭ କରାଯାଇଥିଲା, ମାତ୍ର ୨୦୧୧ ପର୍ଯ୍ୟନ୍ତ ସେମିତି କିଛି କାର୍ଯ୍ୟ ହୋଇନଥିଲା । ୨୦୧୧ ପରଠାରୁ ଓଡ଼ିଆ ଉଇକିପିଡ଼ିଆ ଇଂଟରନେଟରେ ଓଡ଼ିଆ ଭାଷାକୁ ସ୍ଥାନିକ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯେଉଁଥିରେ ଏବେଯାଏଁ ୧୬୦୦୦ରୁ ଅଧିକ ପ୍ରସଙ୍ଗ ସ୍ଥାନ ପାଇଛି । ଓଡ଼ିଆରେ ଉଇକିପିଡ଼ିଆ ବ୍ୟତୀତ ଉଇକିପାଠାଗାରରେ ଅନେକ ପୁସ୍ତକ ଉଇକିକୋଡ଼ରେ ସ୍ଥାନିତ ହେବା ସହିତ ଉଇକି ଅଭିଧାନରେ ୧ ଲକ୍ଷରୁ ଉର୍ଦ୍ଧ ଶବ୍ଦ ଓ ଅର୍ଥକୁ ଲିପିବଦ୍ଧ କରାଯାଇଛି । ଓଡ଼ିଆ ଉଇକିପିଡ଼ିଆର ସକ୍ରିୟ ବ୍ୟବହାରକାରୀ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଏହି ମେଳଣଟିର ଆୟୋଜନ ଭାର ଗ୍ରହଣ କରିଥିବାବେଳେ ମୃତ୍ୟୁଜଂୟ କର ଜ୍ଞାନ ରଂଜନ ସାହୁ ଆଦି ପରିଚାଳକମାନେ ସହଯୋଗ କରିଥିଲେ । ଉକ୍ତ ମେଳଣରେ ପୁରୁଖା ଉଇକିଆଳୀ ମାନଙ୍କ ମଧ୍ୟରେ ଡ. ସୁବାସ ଚନ୍ଦ୍ର ରାଉତ, ଆଦିତ୍ୟ ମାହାର, ନସୀମ ଅଲ୍ଲୀ, ଅଲିଭା ସାହୁ, ଶୈଳଶ ପଟ୍ଟନାୟକ, ପ୍ରତୀକ ପଟ୍ଟନାୟକ, ଗାୟତ୍ରୀ ତ୍ରିପାଠୀ, ସୌମେନ୍ଦ୍ର କୁମାର ସାହୁ, ବିକାଶ ରଂଜନ ଓଝା, ଶଶାଙ୍କ ଶେଖର ଦାସ ଆଦି ଯୋଗ ଦେଇଥିଲେ । ଏହି ମେଳଣଟି ଉଇକିମାନିଆ ଢାଂଚାରେ ଶେଷରେ ଓଡ଼ିଶାର ଲୋକ ସଙ୍ଗୀତ ରଂଗବତୀ ଗୀତର ନୃତ୍ୟ ସହ ସମାପନ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.