କଳାହାଣ୍ଡି ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି। ଭବାନୀପାଟଣା ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି କଳାହାଣ୍ଡିର ନେତୃମଣ୍ଡଳୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଭବାନୀପାଟଣା ସହରର ରାମସାଗର ବନ୍ଧ ଠାରେ ତିଳ ତର୍ପଣ ଅର୍ପଣ ହେବାସହ ରେଡକ୍ରସ ଅନ୍ଧ, ମୁକ, ବଧିର ବିଦ୍ୟାଳୟରେ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ଓ ଦୁଷ୍ମନ୍ତ ନାଏକ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜାକୀର ହୁସେନ, ପ୍ରଦୀପ ମୁଣ୍ଡ, ସାରଦା ପ୍ରସନ୍ନ ସ୍ବାଇଁ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ପୂର୍ବତନ ଉପ ନଗରପାଳ ସବିତା ପ୍ରଧାନ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ନେତା ମନିନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଆୟୁବଅଲ୍ଲି ଖାନ୍, ରବି ପଟ୍ଟନାୟକ, ଦିନେଶ ବଗର୍ତ୍ତି, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ଅମିତ ଯାଦବ ତଥା ଭବାନୀପାଟଣା ପୋୖରପାଳିକାର ସମସ୍ତ ବିଜେଡି କାଉନସିଲର ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.