ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟରେ ଚାଲୁଥିବା ସେବା ସପ୍ତାହ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଠାରେ ମଧ୍ୟ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା ବେଳେ ସହକାରୀ ଅଗ୍ନି ସମାଧି କାରୀ ଭୁବେନ୍ଦ୍ର ନାଥ ଦେ ଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନି ଯୋଦ୍ଧା ନରସିଂହ ବର୍ଗେ, ଉଜ୍ଜ୍ୱଳ ବେହେରାଙ୍କ ତାତ୍ୱାବଧାନରେ ଓ ସମସ୍ତ ଅଗ୍ନି ଯୋଦ୍ଧାଙ୍କ ସହଯୋଗରେ ଏହି ସେବା ସପ୍ତାହ ପାଳନ କରାଯାଇଛି। ଏବଂ ସଦର ମହକୁମା ସ୍ଥିତ ପଲିଟେକନିକ୍ କଲେଜରେ ଆଜି ଏକ ସଚେତନତା ଡେମୋ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା ଓ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଗ୍ନି ମୁକାବିଲା ପାଇଁ ସଚେତନ କରଯାଇଥିଲା।