ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ଜନକ ଡ଼ଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ କମିଟିର ବରିଷ୍ଟ ନେତୃବୃନ୍ଦ ଉପସ୍ଥିତ ରହି ଆମ୍ବେଦକରଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ପାର୍ଟିର ରାଜ୍ୟ ସମ୍ପାଦକ ପ୍ରତାପ କିଶୋର ବାରିକ ସାମ୍ପ୍ରତିକ ରାଜନୀତି ଉପରେ ଆଲୋକପାତ କରିବା ସହ ବର୍ତମାନର ଭାଜପା ସରକାର କିପରି ଭାବେ ଭାରତୀୟ ସମ୍ବିଧାନକୁ ଉଲଂଘନ କରିବା ସହ ପଛୁଆ, ଦଳିତ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ସାମ୍ବିଧାନିକ ଅଧିକାରକୁ କୁଠାରଘାତ କରୁଛନ୍ତି ସେନେଇ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସମାଜବାଦୀ ପାର୍ଟି ଏକମାତ୍ର ପାର୍ଟି ଯିଏକି ଗାନ୍ଧୀ, ଲୋହିଆ ଏବଂ ଆମ୍ବେଦକରଙ୍କ ନୀତି ଆଦର୍ଶକୁ ପାଳନ କରି ପଛୁଆ, ଦଳିତ ଓ ସଂଖ୍ୟଲଘୁଙ୍କ ଅଧିକାର ପାଇଁ ସଂଘର୍ଷ କରୁଛି । ଏବେ ସମୟ ଆସିଛି ଦେଶର ସମ୍ବିଧାନକୁ ସୁରକ୍ଷିତ କରିବା ପାଇଁ ସମସ୍ତ ପୀଡିଏ ସମ୍ପ୍ରଦାୟ ଏକଜୁଟ ହୋଇ ମାନନୀୟ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱକୁ ସମର୍ଥନ ଦେଇ ଆଗାମୀ ଦିନରେ ସାମନ୍ତବାଦୀ ଏବଂ ପୀଡିଏ ବିରୋଧୀ ଭାଜପା ସରକାରକୁ ଉଚିତ ଶିକ୍ଷା ଦେବା । ଆଜିର ଏହି ପବିତ୍ର ଦିନରେ ସଂକଳ୍ପ ନେବା ଏବଂ ଓଡିଶାରେ କୃଷକ, ଶ୍ରମିକ ଏବଂ ପଛୁଆ ବର୍ଗଙ୍କ ବିରୋଧୀ ଅପାରଗ ଡବଲ ଇଂଜିନ ସରକାରକୁ କ୍ଷମତାଚ୍ୟୁତ କରିବା ହିଁ ବାବା ସାହେବଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏହି ସ୍ମୃତି ସଭାରେ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଦୀପ ମିଶ୍ର, ଯୁବଜନସଭା ସମ୍ପାଦକ ରମାକାନ୍ତ ହାତୀ, ନିମନ୍ତ୍ରିତ ଅତିଥି ଆରଜେଡି ସାଧାରଣ ସମ୍ପାଦକ ହେମନ୍ତ କୁମାର, ଏକାମ୍ର ବିଧାନସଭା ସଭାପତି ପ୍ରବୀନ ନାୟକ, ମଧ୍ୟ ନିର୍ବାଚନ ମଣ୍ଡଳୀ ସଭାପତି ଡ଼ା ଅକ୍ଷୟ ବାରିକ, ପୂର୍ବତନ ଯୁବ ସଭାପତି ବରୋଦା କାନ୍ତ ସାହୁ ଏବଂ ବୁଦ୍ଧିଜୀବୀ ବି.ଏନ. ଶତପଥିଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଡ଼ଃ ଆମ୍ବେଦକରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.