କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ‘ବିଷୁବ ମିଳନ’ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସାହିତ୍ୟ, ସଂସ୍କୃତି ଓ ସଂଗୀତ ପାଇଁ ସମର୍ପିତ କଳାହାଣ୍ଡି ଲେଖକ କଳା ପରିଷଦ ପରିସରରେ ଦୁଇ ଦିନିଆ ବାର୍ଷିକ ‘ବିଷୁବ ମିଳନ ଉତ୍ସବ’ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ‘ବହୁଭାଷୀ କବିତା ପାଠୋତ୍ସବ’, ସାହିତ୍ୟ ଆଲୋଚନା, ସଂଗୀତ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦିବସରେ ଡ. ତପନ ରଥଙ୍କ ପୌରୋହିତ୍ୟରେ ସାହିତ୍ୟିକ ବିରଞ୍ଚି ନାରାୟଣ ପଣ୍ଡା ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ପାଦକ ଭବନାଥ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଯୁବ ପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା ଓ ରଚିତା ମେହେର କବିତା ସଂଯୋଜନା କରିଥିଲେ।

ଏହି ବହୁଭାଷୀ କବିତା ପାଠୋତ୍ସବରେ ସଂସ୍କୃତ, କଳାହାଣ୍ଡିଆ, ଓଡ଼ିଆ, ହିନ୍ଦୀ, ଇଂରାଜୀ, ଉର୍ଦୁ, ମରାଠୀ, ପଞ୍ଜାବୀ, ତେଲୁଗୁ, ରାଜସ୍ଥାନୀ ଓ ବଙ୍ଗଳା ଆଦି ଭାଷାରେ ୪୦ରୁ ଅଧିକ ସାରସ୍ୱତ ସାଧକ ସ୍ୱରଚିତ କବିତା ପାଠ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ପରିଷଦ ଉପସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀଙ୍କ ସଭାପତିତ୍ୱରେ ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱାନ, ଅତିଥି ବକ୍ତା ଅଧ୍ୟାପକ ରାଜେନ୍ଦ୍ର କୁମାର ପାଢ଼ୀ (ସମ୍ବଲପୁର) ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଓଡ଼ିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଡ. ଗୋପୀନାଥ ବାଗ (ସାହିତ୍ୟ), ଧ୍ୟାନାନନ୍ଦ ପଣ୍ଡା (ସଂଗଠକ), ଶୁଭେନ୍ଦୁ ପାଢ଼ୀ (ସଂଗୀତ) ଓ ଅନ୍ତରା ପଟ୍ଟନାୟକ (ଯୁବ କଣ୍ଠଶିଳ୍ପୀ)ଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ଦ୍ୱିତୀୟ ଦିବସରେ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସାନ୍ଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସରସ୍ୱତୀ ବନ୍ଦନା ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଗୁରୁ ନରେନ୍ଦ୍ର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ଓ ସୁରେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଆଧୁନିକ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସସ୍ମିତା ମହାନ୍ତି, ସସ୍ମିତା ରଥ, ନମିତା ମିଶ୍ର, ସିପ୍ରା, ନିକିତା, ମୌସୁମୀ, ସଂଗୀତା, ତାପସ, କାଜଲ ଆଦି କଣ୍ଠଶିଳ୍ପୀ ଗୀତ ପରିବେଷଣ କରିଥିବାବେଳେ ଦିବ୍ୟାନନ୍ଦ, ସୁବାସ ଓ ସନ୍ଦୀପ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।

ସମ୍ପାଦକ ଭବନାଥ ରାୟଗୁରୁ ସ୍ୱାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶୁଭେନ୍ଦୁ କୁମାର ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା ଓ ସୌରଭ ମହାପାତ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ଗୋପାଳ ସାହୁ, ଭାଗିରଥି ବେହେରା, ତାପସ ପଟେଲ, ସନ୍ତୋଷ ରଥ, ରମେଶ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ। ସହ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଜିଲ୍ଲାର ବହୁ ସାହିତ୍ୟିକ, ନାଟ୍ୟକାର, ସଂଗୀତଜ୍ଞ ଓ କଳାକାର ଯୋଗ ଦେଇ ଏହାକୁ ସମୃଦ୍ଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.