ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଅଛନ୍ତି। ସେ କହିଛନ୍ତି, ପୂର୍ବରୁ ଜାତି ଜନ ଗଣନାକୁ ନେଇ କଂଗ୍ରେସ ସହ ଲଢେଇ ହୋଇଛି। ଏବେ କଂଗ୍ରେସ ବି ଜାତି ଜନ ଗଣନାକୁ ସ୍ୱୀକାର କରିଛି। ପୀଡିତ ଓ ଦୁଃଖୀଙ୍କୁ ସାଙ୍ଗରେ ନେଇ ଆମେ ସମ୍ବିଧାନ ବଞ୍ଚାଇବାକୁ ଚାଲିବୁ। ଯେବେ ସମ୍ବିଧାନ ଦୁର୍ବଳ ହେବ ଲୋକ ତନ୍ତ୍ର ଦୁର୍ବଳ ହେବ। ସେ ଦାବି କରିଛନ୍ତି ଯେ ଓଡ଼ିଶାକୁ ଦରକାର ଜାତିଗତ ଜନଗଣନା। ଏହି ଅବସରରେ ଶ୍ରୀ ଯାଦବ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।