ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ପକ୍ଷରୁ ପରିଚାଳନା କରାଯାଉଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିର ର ଉନ୍ନତ ମାନ ଓ ଉତ୍କୃଷ୍ଟ ଜାତୀୟ ମର୍ଯ୍ୟାଦା (NQAS) ର ରାଜ୍ୟ ଚୟନ ପ୍ରକ୍ରିୟା ଗତକାଲି ଶେଷ ହୋଇଯାଇଛି। ଚୟନ ପ୍ରକ୍ରିୟାରେ ଜାତୀୟ ଚୟନକର୍ତ୍ତା ଡ଼ା ସଂଜୀବ କୁମାର ଦାସ ଓ ଡ଼ା ତାପସ ରଞ୍ଜନ ପଧାନ ଆସି ସର୍ବମୋଟ ୧୨ ଗୋଟି ସ୍ୱାସ୍ଥ୍ୟ ବିଭାଗର ୬୩୦ ଚୟନ ଯାଞ୍ଚ ତାଲିକାକୁ ପରଖି ଦେଖିଥିଲେ ଏବଂ ଏହାପାଇଁ ପ୍ରତ୍ୟକ ବିଭାଗର ଏକ ସ୍ୱତନ୍ତ୍ର ସହଯୋଗ ତାଲିକା ପ୍ରସ୍ତୁତ କରି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଇଥିଲେ। ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦେଶକ ଓ ଚେୟାରମେନ, ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୁଜାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା. ସତ୍ୟ ନାରାୟଣ ସାହୁଙ୍କ ସହ ପ୍ରତ୍ୟେକ ସ୍ୱାସ୍ଥ୍ୟ ସେବା ଯୋଗାଣ ଅଧିକାରୀ ଓ ସଭ୍ୟ ସଭ୍ୟା, ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି (DPHO), ରାମାନୁଜ ପଣ୍ଡା ସହଯୋଗ ପ୍ରଜେଟ ମ୍ୟାନେଜର (APM), ପ୍ରଦୀପ କୁମାର ନାଗ ଲୋକ ସ୍ୱାସ୍ଥ୍ୟ ମ୍ୟାନେଜର (NHM) ଯୋଗଦାନ କରି ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ମର୍ଯ୍ୟାଦା (NQAS) ରେ ଭାଗିଦାରୀ ହୋଇ ନିର୍ଦ୍ଧାରିତ ସବିଶେଷ ତାଲିକାକୁ ଆହୁରି ଉନ୍ନତ ସ୍ତରକୁ ଆଣିବା ପାଇଁ ବୈଠକରେ ପ୍ରସ୍ତାବ ଦେବା ସହ ବଲାଙ୍ଗିର ଜିଲ୍ଲାର ସମସ୍ତ ସହଯୋଗୀ ସରକାରୀ ବିଭାଗକୁ ଉକ୍ତ ପ୍ରକ୍ରିୟାରେ ସାମିଲ ହୋଇ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ।