ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ୍ ଓ ଗାଇଡ (ରୋଭର୍ ରେଞ୍ଜର ୟୁନିଟ୍ )ତରଫରୁ ଗ୍ରୀଷ୍ମ କାଳୀନ ସେବା ଶିବିର ଓ ଅଂଶୁଘାତ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ସୌଜନ୍ୟ ତଥା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର୍ ରେଞ୍ଜର ୟୁନିଟ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ପାଳନ ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କୁ ପଣା ଓ ପାନୀୟ ଜଳ ବଣ୍ଟନ କରା ଯାଇଥିଲା।। ଉକ୍ତ କାର୍ଯ୍ୟକ୍ରମକୁ ଭାରତ ସ୍କାଉଟ୍ ରୋଭର ଲିଡର ତଥା କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ ପରିଚାଳନା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର୍ ରେଞ୍ଜର ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଥିଲେ।