ଝିଙ୍କିରିଆ ଯାଦବ ସଂଘ ପକ୍ଷରୁ ଲଉଡି ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ୪୨ମୌଜା: ଗୋପୀନାଥ ଯାଦବ ସଂଘ ଝିଙ୍କିରିଆ ପକ୍ଷରୁ ବାର୍ଷିକ ଲଉଡି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଗ୍ରାମ ଅଧିକାରୀ ଚିନ୍ମୟ ଦେବତା, ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦ, ମଧୁସୂଦନ ଦେବତା, ବିଶ୍ୱଜିତ ଦେବତା, କ୍ଷୀରୋଦ ଚନ୍ଦ୍ର ଦେବତା, ବ୍ରଜବନ୍ଧୁ ବେହେରା, ଲକ୍ଷ୍ମୀଧର ସାହୁ, ହୃଷୀକେଶ ସ୍ବାଇଁ, ଗୋବିନ୍ଦ ବେହେରା, ଗତେଶ୍ଵର ବେହେରା, କଟକ ସଦର ଯାଦବ ମହାସଭା ସଭାପତି ବିନୋଦ ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, ସାମ୍ବାଦିକ ପର୍ଶୁରାମ ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବରେ ବ୍ରହ୍ମପୁର ଶ୍ରୀରାମ, ବଉଳକୁଦ, କଦମପଡା ଖରିପଡିଆ, ଝାରକଟା, ନହରପଦା, ଅଇନି, ଦହିଗାଁ, ନାହାଭଙ୍ଗା ଓ ତାରପୁର ଲଉଡି ଦଳ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଓ ନଅ ଗୋଟି ଲଉଡି ଦଳର କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶରତ ବେହେରା, ହରେକୃଷ୍ଣ ବେହେରା, ସନାତନ ବେହେରା, ପ୍ରଭାକର ବେହେରା, ହରି ଭାଇ ଓ ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.