ଶିକ୍ଷକଙ୍କ ଗଣ ଧାରଣା: ସବୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା; ଭୟ ନୁହେଁ ନ୍ୟାୟ ଦିଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ତିନି ଦଫା ଦାବିରେ ଅଟଳ ରହିଛି ଶିକ୍ଷକ ସଂଘ । ଆଜି ତୃତୀୟ ଦିନରେ ପହଞ୍ଚିଛି ଗଣଧାରଣା । ତେବେଏହି ଧାରଣା ପାଇଁ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ପଡିଛି। ଅନ୍ୟପଟେ ଶିକ୍ଷକ ମାନେ ଭୟ ନୁହେଁ ନ୍ୟାୟ ଦିଅ ବୋଲି ନିଜ ଜିଦ ଧରି ନିରନ୍ତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ ମ.ରାମପୁର ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ର କୌଣସି ସମାଧାନ କିମ୍ବା ନିର୍ଭର ପ୍ରତିଶ୍ରୁତି ନ ମିଳିବା ଯାଏଁ ଶିକ୍ଷକ ମାନେ ସମୂହ ଛୁଟି ସହ ସାରା ଓଡ଼ିଶାର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଗଣ ଧାରଣାରେ ବସି ରହିଛନ୍ତି । ମ.ରାମପୁର ବ୍ଲକ୍ ସଂଘ ର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକମାନେ ଧାରଣାରେ ବସିଥିବାବେଳେ ତିନି ଦଫା ଦାବି ଯଥା; ରାଜ୍ୟ ସରକାର ଠିକା ଉଛେଦ କରି ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟ ରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ ତଥା ବିଦ୍ୟାଳୟରେ ଥିବା ଗଣଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ଯତା ଦିଆଯାଉ । ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତା ରେ ପରିବର୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୂଳ ବେତନ ଲେବୁଲ-୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି । ଆଜିର ଏହି ସମୂହ ଛୁଟି ଓ ଧାରଣା ପ୍ରଫୁଲ୍ଲ ସାହୁ, ତାନୁରାମ ହରିଜନ, ବୀରେନ୍ଦ୍ର ରଥ, ଶଙ୍କର ରଥ, ଗଙ୍ଗାଧର ସାହୁ, ମୋହନ ନାଏକ, ପ୍ରଶାନ୍ତ ଦଣ୍ଡସେନା, କୁନୁ ରଥ, ରାମେଶ୍ୱର ପାତ୍ର, ମୁକେଶ ହୋତା, ଶୁଭଶ୍ରୀ ପଣ୍ଡା, ଶିଭାଗିନୀ ହୋତାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.